ଆଜି ଅନନ୍ତ ବ୍ରତ

ଆଜି ଦିନରେ ଅନନ୍ତ ବ୍ରତ ପାଳନ କରାଯାଉଛି । ଏହିଦିନ ଭଗବାନ ଶ୍ରୀହରିଙ୍କ ପୂଜା କରାଯାଇଥାଏ । ଏବଂ ପୂଜା ପରେ ଅନନ୍ତ ବ୍ରତ ଧାରଣ କରାଯାଇଥାଏ । ଏହା ଏକ ବ୍ୟକ୍ତିଗତ ପୂଜା ଅଟେ । ଏହାର କୌଣସି ସାମାଜିକ କିମ୍ବା ଧାର୍ମିକ ଉତ୍ସବ ନଥାଏ । ଅଗ୍ନି ପୁରାଣରେ ଏହାର ବର୍ଣ୍ଣନା କରାଯାଇଛି ।

ମହାଭାରତର ସମୟରେ ହୋଇଥିଲା ଏହାର ଆରମ୍ଭ

ମହାଭାରତ ସମୟରେ ଏହି ବ୍ରତର ଆରମ୍ଭ ହୋଇଥିଲା ବୋଲି କୁହାଯାଇଥାଏ । ଯେତେବେଳେ ପାଣ୍ଡଵ ମାନେ ଜୁଆରେ ନିଜର ସର୍ବସ୍ୱ ହରାଇ ବଣରେ ବୁଲୁଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଏହି ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବା ପାଇଁ କହିଥିଲେ । ଶ୍ରୀକୃଷ୍ଣ କହିଥିଲେ ‘ହେ ଯୁଧିଷ୍ଠିର , ତୁମେ ବିଧି ପୂର୍ବକ ଅନନ୍ତ ବ୍ରତର ପାଳନ କର । ଏହାଦ୍ୱାରା ତୁମର ସାରା ସଙ୍କଟ ଦୂର ହୋଇଯିବ । ଏବଂ ତୁମର ହରାଇଥିବା ରାଜ୍ୟ ତୁମକୁ ପୁଣିଥରେ ପ୍ରାପ୍ତ ହେବ’ । ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଯୁଧିଷ୍ଠିର ଅନନ୍ତ ଭଗବାନଙ୍କ ବ୍ରତ ପାଳନ କରିଥିଲେ । ଯାହା ପ୍ରଭାବରେ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ ଏବଂ ଚିରକାଳ ରାଜ୍ୟ ଶାସନ କରିଥିଲେ ।

ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ୧୪ ଗଣ୍ଠି

ଏହି ବ୍ରତରେ ସୂତାକୁ କୁଙ୍କୁମରେ ରଙ୍ଗାଇ ୧୪ ଗଣ୍ଠି ଦିଆଯାଇଥାଏ। ଏହାପରେ ଏହାକୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ସହିତ ହାତରେ ବନ୍ଧା ଯାଇଥାଏ । ହାତରେ ବନ୍ଧା ଯାଇଥିବା ଏହି ବ୍ରତକୁ ଅନନ୍ତ କୁହାଯାଇଥାଏ । ଭଗବାନ ବିଷ୍ଣୁଙ୍କ ରୂପରେ ମାନୁଥିବା ଏହି ବ୍ରତକୁ ରକ୍ଷାସୁତ୍ର ମଧ୍ୟ କୁହାଯାଇଥାଏ । ଏହି ୧୪ ଗଣ୍ଠି ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ବୋଲି କୁହାଯାଇଥାଏ । ଏହି ଅନନ୍ତ ରୁପି ବ୍ରତକୁ ପୂଜାରେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ବ୍ରତକୁ ନିଜ ବାହୁରେ ବନ୍ଧାଯାଏ ।

ଧନ ଏବଂ ସନ୍ତାନ କାମନାରେ କରାଯାଇଥାଏ

ଧନ ଏବଂ ସନ୍ତାନର କାମନାରେ ଏହି ବ୍ରତ ପାଳନ କରାଯାଇଥାଏ । କୁହାଯାଏ କି ଏହି ଅନନ୍ତ ଆମ ଉପରେ ଆସୁଥିବା ସମସ୍ତ ସଂକଟରୁ ରକ୍ଷା କରିଥାଏ । ଏହି ଅନନ୍ତ ବ୍ରତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଏ ଏବଂ ଅନନ୍ତ ଫଳ ପ୍ରଦାନ କରିଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଏହି ବ୍ରତ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ଦେଇ ସମସ୍ତ ବିପତ୍ତିରୁ ଉଦ୍ଧାର କରିଥାଏ । ମହାଭାରତ ଅନୁସାରେ ଦରିଦ୍ରତା ନାଶ ହେବା ସହିତ ଗ୍ରହ ଗୁଡିକର ବାଧା ମଧ୍ୟ ଦୂର ହୋଇଥାଏ ।

nis-ad
Leave A Reply

Your email address will not be published.