ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହେଲା ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ…


ସୁନ୍ଦରଗଡ -୧୬.୦୯.୨୪ମୁସଲମାନ ସମୁଦାୟର ପର୍ବ ଇଦ୍ ମିଲାଦୁନ୍ନବି ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଇସଲାମର ଶେଷ ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ପର୍ବ ପାଳନ କରାଯାଇଥାଏ। ଆରବୀୟ ପଞ୍ଜିକାର ରବି ଉଲ ଅବଲ ମାସ ଦ୍ଵାଦଶ ତାରିଖରେ ଏହି ଉତ୍ସବ ପାଳିତ ହୁଏ। ଏହି ଅବସରରେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ, ଡେଙ୍ଗିଭାଡ଼ି, କଲେଜ ରୋଡ଼ରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଜନସାଧାରଣ ଓ ବିଶେଷ ଭାବେ କୁନି କୁନି ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ଥିଲେ। ଶୋଭାଯାତ୍ରାକୁ ରଂଗାଢିପା, ସୁନାରୀପଡା, ମେଡିକାଲ ଛକରେ ସବୁ ସମୁଦାୟର ଲୋକେ ସ୍ୱାଗତ କରିବା ସହ ଫଳ ଓ ପାନୀୟ ବିତରଣ କରି ସୁନ୍ଦରଗଡର ଭାଇଚାରାର ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ରିଜେଣ୍ଟ ମାର୍କେଟରେ ଏକ ଉତ୍ସବରେ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ମୁସଲିମ କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତେଃବାସୀ ମାନଙ୍କୁ ଫଳ ଓ ଅନ୍ୟାନ୍ୟ ଶୁଖିଲା ଫଳ ବଣ୍ଟନ କରା ଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସଦର ମସଜିଦ କମିଟି ସଭାପତି ହମିଦ ରାଜା, ଉପ ସଭାପତି ସାହିଲ ଖାନ୍, କୋଷାଧ୍ୟକ୍ଷ ଫଇଜ୍ ଆକ୍ରମ୍, ସଦସ୍ୟ ହାଜି ଅବଦୁଲ ସଇଦ, ସୟଦ ସାକିଲ ଅହମ୍ମଦ, ତୌଫିକ୍ ଆଲମ୍, ଏମ.ଡି ଇନ୍ତିଆଜ, ସର୍ଫରାଜ୍ ଅହମ୍ମଦ, ଏମ.ଡି ଜାହିଦ୍ , ଏମ.ଡି ନୱାଜ୍, ଏମ.ଡି ଈର୍ଫାନ ତଥା ହାଜି କମାଲ ହୁସେନ, ହାଜି ସବୁ, ଅବଦୁଲ ଜବାର, ଅଜ଼ୀମ ହୁସେନ, ଆରଜୁ ହୁସେନ, ଏମ.ଡି ଆସିଫ, ଏମ.ଡି ଇରଫାନ, ମେହଫୁଜ, ସାକୀବ, ଶାବାଵ ଖାନ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.