ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଋଷର ଆକ୍ରମଣ, ୧୨୦ ମୃତ

ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କହିରଖୁ କି, ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ- ନୁସୁରା ଫ୍ରଣ୍ଟ ଠିକଣା ଉପରେ ଋଷର ଯୁଦ୍ଧ ବିମାନ ଆକ୍ରମଣ କରିଛି ।

ଏହାପଳରେ ଏବେ ନୁସୁରା ଫ୍ରଣ୍ଟର ବିଭିନ୍ନ ଆଡ୍ଡାସ୍ଥଳୀ ଧ୍ୱଂଶ ହୋଇଯାଇଛି ।

ନ୍ୟୁଜ ଏଜେନ୍ସି ସନା ତରଫରୁ ଋଷ ସୈନ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଋଷର ଯୁଦ୍ଧ ବିମାନ ଇଦଲିବ୍ ଅଞ୍ଚଳରେ ଏକ ନୁସୁରା ଫ୍ରଣ୍ଟର ଟ୍ରେନିଂ କ୍ୟାମ୍ପରେ ଆକ୍ରମଣ କରିଛି । ଏଥିରେ ଋଷର ୧୪ ଟି ଯୁଦ୍ଧ ବିମାନ ଓ ମିସାଇଲ ବ୍ୟବହାର କରିଛି ।

ଇଦାବିଲକୁ ନୁସରା ଫ୍ରଣ୍ଟ ଭଳି କିଛି କଟ୍ଟରପନ୍ଥୀ ସଂଗଠନ ଦ୍ୱାରା ଦଖଲ କରାଯାଇଛି । ଏହା ଏବେ ସିରିଆର ଅନ୍ତିମ ପ୍ରମୁଖ ବିଦ୍ରୋହୀ ଗଡଭାବେ ଉଭା ହୋଇଛି ।

nis-ad
Leave A Reply

Your email address will not be published.