ଆସନ୍ତା ୧୧ତାରିଖ କର୍ମୀ ସମ୍ମିଳନୀ ଆୟୋଜନ ପାଇଁ ଆମ୍ ଆଦ୍‌ମୀ ପାର୍ଟୀ ତରଫରୁ ପ୍ରସ୍ତୁତି ବୈଠକ…

ମାଲକାନଗିରି : ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ହୋଟେଲ ଗୋଲଡେନ ଭିୟୁ ଠାରେ ଏକ ପ୍ରେସ ମୀଟ ଆୟୋଜିତ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମାଲକାନଗିରି ନଗର ଭବନ ଠାରେ ପାର୍ଟିର ଜିଲ୍ଲା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଏହି କର୍ମୀ ସମ୍ମିଳନୀରେ ଶିକ୍ଷା , ସ୍ବାସ୍ଥ୍ୟ , ବିଜୁଳି , ପାଣି , ଲୋଜଗାର , କୃଷି , ପରିବେଶ , ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ଠୋସ୍‌ ରାଜନୈତିକ କାର୍ଯ୍ୟକ୍ରମ ‘ ଗ୍ରହଣ କରାଯିବ ବୋଲି ଜିଲ୍ଲା ପର୍ଯ୍ୟବଶ୍ୟକ ପ୍ରଶାନ୍ତ କୁମାର ରଣସିଂହ କହିଛନ୍ତି । ସଂଗଠନକୁ ସୁଦୃଢ଼ କରିବା ପାଇଁ ଏବଂ ମାଲକାନଗରି କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତାକୁ ପହଞ୍ଚାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଓଡ଼ିଶାରେ ବିଗତ ୨୩ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବିବୃଦ୍ଧରେ ଆମ୍ ଆଦମୀ ପାର୍ଟ ସଚେତନା ଓ ରାଜ୍ୟବାସୀଙ୍କର ଏକମାତ୍ର ଆଶା ବା ନିକଳ୍ପ ଭାବେ ଆମ ଆଦମୀ ନିଜକୁ ପ୍ରତିଷ୍ଠିତ କରିଛି । ସମସ୍ତେ ଜାଣିଛନ୍ତି ସେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା , ସ୍ବଛ ଏବଂ ଦୁର୍ନୀତିମୁକ୍ତ ଶାସନ ହେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ୍ ଆଦମୀ ପାର୍ଟାର ଲକ୍ଷ୍ୟ । ଆଜିର ଏହି ସମ୍ମିଳନୀରେ ପାର୍ଟି ମାଲକାନଗିରି ପାଇଁ ତାର ନିଜଡ଼4 ରଣନୀତି ପ୍ରସ୍ତୁତ କରିବ । ଆଗାମୀ ୧୧ତାରିଖରେ ଆୟୋଜିତ ହେବାକୁ ଥିବା ଜିଲ୍ଲା କର୍ମୀ ସମ୍ମିଳନୀରେ ରାଜ୍ୟର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାର ସକ୍ରିୟ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଜିଲ୍ଲା ଆବାହକ କେ ଦେଖିବାକୁ ଆଚାରୀ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜାତୀୟ ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ରଣସିଂହଙ୍କ ସହିତ ଜିଲ୍ଲାର ଅନ୍ୟ ପଦାଧିକାରୀ ମାନେ ସମ୍ବୋଧିତ କରିବେ । ଏହି ସମ୍ମିଳନୀକୁ ସଫଳକରିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ଅଧିକରୁ ଅଧିକ ଯୋଗଦେବାକୁ ଆମ ଆଦମୀ ପାର୍ଟି , ମାଲକାନଗିରି ଜିଲ୍ଲା ତରଫରୁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ଆବାହକ କେ . ଦେଶରୀକୁ ଆଚାରୀ ଓ ଜିଲ୍ଲା ପର୍ଯ୍ୟବଶ୍ୟକ ପ୍ରଶାନ୍ତ କୁମାର ରଣସିଂହ ସମ୍ବୋଧିତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ରବିନ୍ଦ୍ର ମାଡ଼ି , ସୁଶାନ୍ତ ସାମଲ , ସବୁ ବିଶ୍ବାସ , ଅଜିତ ସଗଡିଆ , ସମୀର ବୈରାଗୀ , ଦଶରଥ ମାଡ଼କାମି ଏବଂଜିଲ୍ଲାର ସମସ୍ତ ବ୍ଲକର ସକ୍ରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.