ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି ପାଇଁ ବିଦେଶରେ ଉଠିଲା ସ୍ଵର

ଖୋର୍ଦ୍ଧା: ବିଦେଶରେ ଉଠିଲା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି। ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ, ତାପଙ୍ଗ ଦଳବେହେରାଙ୍କ ଭଳି ଅନେକ ବୀରଙ୍କ ତ୍ୟାଗ ବଳିଦାନ ଓ ବୀରତ୍ଵକୁ ମନେପକାଇବାକୁ ୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି ଦୁବାଇର ଓଡ଼ିଆ ସମାଜ ଓ ଖୋର୍ଦ୍ଧା ନାଗରିକ ମଞ୍ଚ ।

ଏହି ଅବସରରେ ଏକ ଶୋଭାଯାତ୍ରା ଓ ସଭା ଆୟୋଜନ ହୋଇଥିଲା। ଏଠାରେ ଅନ୍ୟ ରାଜ୍ୟର ପ୍ରତିନିଧିମାନଙ୍କ ଉପସ୍ଥିତରେ ଏକ ଦାବିପତ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।

nis-ad
Leave A Reply

Your email address will not be published.