ମରଣ ଯନ୍ତା ପାଲଟିଛି ରାସ୍ତା : ଜନ ସାଧାରଣରଙ୍କ ଅଭିଯୋଗ କୁ କର୍ଣ୍ଣ ପାତ କରୁନି ପ୍ରଶାସନ…

କାଗଜ କଲମରେ ସୀମିତ ସରକାରଙ୍କ ଗାଁ ଗାଁ କୁ ରାସ୍ତା ଯୋଜନା..


ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ପୌରପରିଷଦ ଅନ୍ତର୍ଗତ ୟୁ, ଭି,୭ ନମ୍ବର ରୁ ୟୁ ଭି ୪ ନମ୍ବର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଯାହାଫଳରେ ଜଣସାଧାରଣ ଏହି ଦୁଇ କିଲୋମିଟର ରାସ୍ତା ପାଇଁ ପ୍ରଶାସନ ପାଖରେ ମରାମତି ବା ଉର୍ନତି କରଣ ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ୟେ କିଛି ଫଳ ମିଳୁନାହିଁ , ସୂଚନା ଥାଉକି ସରକାରଙ୍କ ତରଫରୁ ପୌରପରିଷଦର ଉନ୍ନତି କରଣ ପାଇଁ ବିଭିନ୍ନ ଯୋଜନା ପାଇଁ ପ୍ରଚୁର ପରିମାଣରେ ଟଙ୍କା ଆସୁଛି l ଯାହାକି ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ ଥିବାରୁ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କିନ୍ତୁ ଉମରକୋଟ ସଦର ଅଞ୍ଚଳ ଯଥା

ପୌରଅଞ୍ଚଳ ଠାରୁ ମାତ୍ର ଦଶ କିଲୋମିଟର ଭିତରର ଅବସ୍ଥା ଯଦି ଏମିତି ତେବେ ସୀମାନ୍ତ ଅଞ୍ଚଳ କଥା ନକହିବା ଭଲ ସରକାରୀ ଟଙ୍କା କୁ ହରଲୁଟ କରି ବାବୁ ମାନେ ରାଜକୀୟ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି l ସୂଚନା ଥାଉକି ସରକାରଙ୍କ ଗାଁ ଗାଁ କୁ ରାସ୍ତା ରାସ୍ତା ଯୋଜନା ଏଠାରେ ସମ୍ପୂର୍ଣ ଫେଲ କହିଲେ କିଛି ଭୁଲ ହେବ ନାହିଁ ତଥାପି ଯେଉଁଠି ଯେଉଁଠି ରାସ୍ତା ହୋଇଛି ଏତେ ପରିମାଣରେ ନିମ୍ନ ସ୍ତରର ଯାହାକୁ କୁ ନେଇ ଭିଭିନ୍ନ ଗଣମାଧ୍ୟମ ରେ ଅଭିଯୋଗ ହେଉଥିବା ଖବର ପ୍ରକାଶିତ ହେଉଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆ ଯାଉନାହିଁ l ଯାହା ଫଳରେ ସରକାରୀ ବାବୁ ମାନେ ସରକାର ଅନୁଦାନ କୁ ଦିନ ଦିପହରରେ ଲୁଟି ଚାଲିଛନ୍ତି l ଯେଉଁ ସବୁ ରାସ୍ତା ନଷ୍ଟ ହୋଇଗଲାଣି ସେଗୁଡିକ ଵି କେବେବି ମରାମତି ମଧ୍ୟ କରାଯାଉନାହିଁ, କୋଡ଼ିଏ ବର୍ଷ ତଳେ ଅଞ୍ଚଳର ଅବସ୍ଥା ଯାହା ଥିଲା ଆଜି ଭି ସେହାହିଁ ଅଛି, ଏହି ରାସ୍ତାରେ ସବୁ ଦିନ ଲୋକମାନେ ଯାତାୟାତ କରୁଛନ୍ତି ଏବଂ ରାସ୍ତାରେ ଖାଲ ଡିପ ଏତେ ପରିମାନର ହେଇଛି ସେ କଥା କହିଲେ ନ ସରେ , ବିପଦ ସଂକୁଳ ଅବସ୍ଥାରେ ଲୋକମାନେ ଯାତାୟାତ କରି ହାତ ଗୋଡ଼ ଭାଙ୍ଗିବାର ନଜିର ମଧ୍ୟ ଅଛି, ସୂଚନା ଥାଉକି ବର୍ତ୍ତମାନ ଏହି ଲଘୁଚାପ ବର୍ଷାରେ ରାସ୍ତାଟି ଧୋଇ ହୋଇ ସମ୍ପୂର୍ଣ୍ଣ ଖରାପ ହୋଇ ଯାଇଛି, ଉମରକୋଟ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସର୍ତ୍ତେ କୌଣସି ପଦକ୍ଷେପ ନେଉ ନାହାନ୍ତି ଯାହାଦ୍ୱାରା ଉଭୟ ଗ୍ରାମବାସୀ ଅସୁବିଧାର ସନ୍ମୋଖୀନ ହୋଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଜିଲ୍ଲା ପ୍ରଶାସନ ଅଞ୍ଚଳ ବାସୀଙ୍କ ଏହି ଅନୁରୋଧ କୁ ଗୁରୁତର ସହିତ ନେଇ ରାସ୍ତା କାମ କରିବାକୁ ଦାବି ହୋଇଛି ନଚେତ ଆଗାମୀ ଦିନରେ ଉଭୟ ଗ୍ରାମ ବାସୀ ରାଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି

nis-ad
Leave A Reply

Your email address will not be published.