ଚିକିଟି ପଞ୍ଚାୟତର ପ୍ରଥମ ସମିତି ବୈଠକ ଅନୁଷ୍ଠିତ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ପାନୀୟ ଜଳ, ଶିକ୍ଷା, କୃଷି, ଉଦ୍ୟାନ , ମୃତ୍ତିକା ସଂରକ୍ଷଣ ରାଜସ୍ୱ,ବିଦ୍ୟୁତ,ଶିଶୁ ବିକାଶ, ମତ୍ସ୍ୟ ବିଭାଗ, ପଶୁଧନ,ଯୋଗାଣ ଆଦି ସହିତ ସମସ୍ତ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ କୃଷି ଓ ଉଦ୍ୟାନ ବିଭାଗର କାର୍ଯ୍ୟ ଠିକରେ ଚାଲୁନଥିବା ବହୁ ପ୍ରତିନିଧି ଅଭିଯୋଗ କରିଥିବା ବେଳେ କିଛି ପ୍ରତିନିଧି ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଏହି ସବୁ ଯୋଜନାକୁ ବିଭିନ୍ନ ବିଭାଗର ଆସିଥିବା ଅଧିକାରୀ ମାନେ ଏହି ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ତାହା ସୁଫଳ ହୋଇପାରିବ ସୂଚନା ଦେଇଥିଲେ। ବୈଠକରେ ବିଡ଼ିଓଙ୍କ ଅନୁପସ୍ଥିତି ରେ ସହକାରୀ ଯନ୍ତ୍ରୀ ଉଦୟ ପ୍ରଧାନ ଓ ଭାରପ୍ରାପ୍ତ ଜିପିଓ ଚକ୍ରଧର ପ୍ରଧାନ ବୈଠକକୁ ପରିଚାଳନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ଭିତରେ ଉପଧକ୍ଷା ବି. ରେଣୁକାଆମ୍ମା,ଜିଲ୍ଲାପରିଷଦ ସଭ୍ୟ ଏମ.ନାଗରାଜୁ,ତହସିଲଦାର ବିଶ୍ଵରଞ୍ଜନ କହଁର,ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ,ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା.ମନୋଜ କୁମାର ପାଢୀ ,ବିଧାୟକ ପ୍ରତିନିଧି ବି.କୃଷ୍ଣମୂର୍ତ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ବୈଠକରେ ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ସମେତ ବ୍ଲକର ୧୭ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ସମାଜସେବୀ ଉପସ୍ଥିତ ରହି ନିର୍ବାଚନ ପରର ଏହି ପ୍ରଥମ ସମିତି ବୈଠକକୁ ସୁଶୃଙ୍ଖଳିତ ଭାବେ ସାଫୋଲ୍ୟମଣ୍ଡିତ କରିଥିଲେ।

nis-ad
Leave A Reply

Your email address will not be published.