ଶ୍ରୀଲିଙ୍ଗରାଜଙ୍କ ନୂଆ ଆର୍ଥିକ ବର୍ଷ ଖାତା ପୂଜା, ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ

ଭୁବନେଶ୍ୱର: ପାଞ୍ଜି ଗଣନା ଅନୁଯାୟୀ ବୁଧବାରଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ସକାଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଥିଲା ସୁନିଆ ପୁଜା । ଉତ୍ସବ ପାଳନ ନିମନ୍ତେ ମନ୍ଦିର କର୍ମଚାରୀମାନେ ବ୍ୟାପକ ବ୍ୟବସ୍ଥା କରିଥିଲେ ।

ଜିଉଙ୍କର ନୂଆ ବର୍ଷର ହିସାବ କିତାବ ପାଇଁ ପୋଥି, ଖାତା ଓ ଖତିଆନା ରଖି ପୂଜାପାଠ କରିଥିଲେ । ପୂଜାରେ ମନ୍ଦିର କର୍ମଚାରୀ ମନୋଜ ମିଶ୍ର କର୍ତ୍ତା ସାଜିଥିଲେ ।

ଏଥିରେ କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବଦେବୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରପାଠ କରାଯାଇଥିଲା । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୧୫୨୩ ଏକର ଜମି ଅଛି ବୋଲି ସେବାୟତମାନେ କହୁଛନ୍ତି । ଏହି ସବୁ ଜମି କିପରି ଜବରଦଖଲକାରୀଙ୍କ ଠାରୁ ଦିଅଁଙ୍କ ପାଖକୁ ଫେରି ଆସିବ କାମନା କରି ବ୍ରାହ୍ମଣ ପୂଜାର୍ଚ୍ଚନା କରିଥିଲେ । ଦେବାର୍ଚ୍ଚନା ପରେ ସୁନିଆର ବିଶେଷ ପର୍ବ ଆରମ୍ଭ ହୋଇଥିଲା । କର୍ତ୍ତା ଶ୍ରୀମିଶ୍ରଙ୍କ ଦ୍ୱାରା ନୂତନ ଅଙ୍କ କଟାଯାଇଥିଲା ।

nis-ad
Leave A Reply

Your email address will not be published.