ଥିଙ୍କ ଟ୍ୟାଙ୍କ୍‌ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ ଆୟକର ବିଭାଗର ଚଢାଉ, ଦେଶର ୧୦୦ ସ୍ଥାନରେ ଏକକାଳୀନ ରେଡ୍

ନୂଆଦିଲ୍ଲୀ ୦୭/ ୦୯: ରାଜଧାନୀ ଦିଲ୍ଲୀ ସମେତ ଦେଶର ବଡ ବଡ ସହରରେ ବୁଧବାର ଚଢାଉ କରିଛି ଆୟକର ବିଭାଗ । ଦିଲ୍ଲୀ ସ୍ଥିତ ଥିଙ୍କ୍‌ ଟ୍ୟାଙ୍କ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ ଆଜି ଅପରାହ୍ନରେ ଚଢଉ କରିଛି ବିଭାଗ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ସିପିଆର)ରେ ହୋଇଥିବା ଚଢାଉରେ ମହାରାଷ୍ଟ୍ର, ହରିୟାଣା ଏବଂ ଗୁଜୁରାଟ ଲିଙ୍କ ରହିଛି ।

ଅର୍ଥାତ ଏହି ସବୁ ରାଜ୍ୟରେ ବିପୁଳ ପରିମାଣୀ ଟ୍ୟାଙ୍କ ଫାଙ୍କିବା ଏବଂ ଠକେଇ ଭଳି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଥିଲା ଆୟକର ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ବିଭିନ୍ନ ରାଜ୍ୟର ଏକାଧିକ ଠିକଣା ଉପରେ ଚଢାଉ କରିଥିଲା ଇନକମ୍‌ ଟ୍ୟାକ୍ସ ବିଭାଗ । ଗୋଟିଏ ଦିନରେ ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ରେଡ୍‌ କରାଯାଇଥିବା ସଂସ୍ଥା ଗୁଡିକ ମାନ୍ୟତା ପାଇନଥିବା ରାଜନୈତିକ ଦଳଗୁଡିକୁ ଫଣ୍ଡିଂ ଯୋଗାଉଥିବା ଅଭିଯୋଗ ଥିଲା । ତେବେ ସିପିଆରରେ ହୋଇଥିବା ଚଢାଉ ମଧ୍ୟ ଏହି ମାମଲା ସହ ଲିଙ୍କ୍‌ ବୋଲି ଜଣାପଡିଛି । ଦେଶର ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢାଉ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ ସହିତ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପୋଲିସ ଏବଂ ୧୦୦ ଗାଡିକୁ ବ୍ୟବହାର କରାଯାଇଛି । ସିଆରପିଏଫ୍‌ ଯବାନ ମଧ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ।

ବର୍ତ୍ତମାନ ଥିଙ୍କ୍‌ ଟ୍ୟାଙ୍କ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ସିପିଆର)ର ଗଭର୍ଣ୍ଣିଂ ବଡିର ଚେୟାରମ୍ୟାନ୍‌ ଅଛନ୍ତି ମୀନାକ୍ଷୀ ଗୋପିନାଥ । ପୂର୍ବରୁ ସେ ଦେଶର ଅନ୍ୟତମ ପ୍ରମୁଖ ବିଶ୍ବ ବିଦ୍ୟାଳୟ ଜବାହାରଲାଲ ନେହେରୁ ୟୁନିଭରସିଟିରେ ଅଧ୍ୟାପନା କରୁଥିଲେ । ସେ ଲେଡି ଶ୍ରରାମ କଲେଜରେ ପ୍ରିନ୍ସିପାଲ ମଧ୍ୟ ରହିସାରିଛନ୍ତି ।

nis-ad
Leave A Reply

Your email address will not be published.