ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର, ମିଳିଲା ଏନଏମସିର କ୍ଲିନଚିଟ୍

ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍ । ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ । ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି ନ୍ୟାଶନାଲ ମେଡିକାଲ କମିଶନ । ଋଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସେଠାରେ ଅଧାରୁ ପାଠ ଛାଡି ଫେରିଆସିଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ ପାଇଁ ଆବେଦନ କରିପାରିବେ ।

ଏଥିପାଇଁ ଏନଏମସି ମଞ୍ଜୁରୀ ପ୍ରଦାନ କରିଛି । ପୂର୍ବରୁ ବିଦେଶରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ପାଠ୍ୟକ୍ରମ ଅଧାରୁ ଦେଶ ପରିବର୍ତ୍ତନ କରିବାକୁ କୌଣସି ଅନୁମତି ନଥିଲା । ବିଶେଷ ସ୍ଥିତିକୁ ଅନୁଧ୍ୟାନକରି ଏନଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ କ୍ରାଇଟେରିଆ ଅଫ୍ ସ୍କ୍ରିନଂ ଟେଷ୍ଟ ରେଗୁଲେଶନ-୨୦୦୨କୁ ଯେଉଁ ପିଲାମାନେ ପୂରଣ କରିପାରୁଥିବେ ସେହିମାନଙ୍କ କ୍ଷେତ୍ରରେ ହିଁ ଉପରୋକ୍ତ ନିର୍ଦ୍ଦେଶ ଲାଗୁ ହୋଇପାରିବ ବୋଲି ଏନଏମସି ସ୍ପଷ୍ଟ କରିଛି ।

ଯେଉଁ ବିଦେଶୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷାଲାଭ କରୁଥିଲେ ସେହିଠାରେ ସେମାନେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଶେଷ କରିବା ସହ ପ୍ରଶିକ୍ଷଣ ଏବଂ ଇଣ୍ଟର୍ନସିପ୍ ଏବଂ କ୍ଲର୍କଶିପ କରିବାକୁ ଅନୁମତି ମିଳୁଥିଲା । ପାଠ୍ୟକ୍ରମ ମଝିରେ ଏସବୁ କରିବାକୁ ଅନୁମତି ନଥିଲା । ୟୁକ୍ରେନରେ ଯୁଦ୍ଧ ପରେ ସେଠାରେ ପାଠପଢୁଥିବା ଛାତ୍ରଛାତ୍ରୀ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ସେମାନେ ତାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଥିଲେ । ଏଭଳି ସ୍ଥିତିରେ ବୈଦେଶିକ ମନ୍ତ୍ରାଳୟ ସହ ଆଲୋଚନା କରି କମିଶନ ଏହି ନିଷ୍ପତି ନେଇଛନ୍ତି ।

nis-ad
Leave A Reply

Your email address will not be published.