ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଗୁରୁତ୍ୱପୂର୍ଣ୍ଣ

ଫୁଲବାଣୀ : ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଯୁଗ ଯୁଗରୁ ଗୁରୁତ୍ୱପୂର୍ଣ ରହିଆସିଛି। ଆୟୁର୍ବେଦ ଚିକିତ୍ସା ଜଡିବୁଟି ଦ୍ଵାରା ଦୁରାରୋଗ ମଧ୍ୟ ଆରୋଗ୍ୟ ଲାଭ ହୋଇ ପାରୁଛି। ପ୍ରାୟ ଏହି ଔଷଧ ସେବନରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ପ୍ରାରମ୍ଭରେ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସାର ବ୍ୟାପକତା ଥିଲା ଏବଂଏହା ଏବେ ସହରରେ ଅଧିକରୁ ଅଧିକ ଆଦୃତ ହେବାରେ ଲାଗିଛି। ସେତେବେଳେ ଏତେ ଡାକ୍ତରଖାନା ନଥିଲା ଏବଂ ସରକାରୀ ଓଷଧ ପୂରପଲ୍ଲୀରେ ପହଂଚି ପାରୁ ନଥିଲା। ଲୋକେ ଗାଁ ବୈଦ୍ୟ ଦ୍ଵାରା ଆୟୁର୍ବେଦ ଚିକିତ୍ସା ଲାଭ କରୁଥିଲେ। ବିଶେଷ କରି କରୋନା କାଳରେ ଲୋକେ ଆୟୁର୍ବେଦ ଚିକିତ୍ସା ଓ ଔଷଧ ବ୍ୟବହାର କରୁଥିବା ଦେଖା ଯାଇଥିଲା। ଲୋକେ ବିଭିନ୍ନ ରୋଗରେ ଉପଶମ ଲାଭ କରୁଛନ୍ତି। ବାଡ଼ିବଗିଚାରେ ଥିବା ତୁଳସୀ ପତ୍ରର ବିଭିନ୍ନ ଗୁଣ ରହିଛି ଆମେ ସେଗୁଡିକୁ ଚିନ୍ହିବା ଦରକାର ଓ କାମରେ ଲଗାଇବା ଆବଶ୍ୟକ । ଆଜିକାଲି ଏହାର ବ୍ୟବସାୟ ଦିଗ ମଧ୍ୟ ଉଜ୍ଜଳ ରହିଛି। ଯୁବକ ଯୁବତୀ ଶିକ୍ଷିତ, ଅଳ୍ପ ଶିକ୍ଷିତ ହୋଇଥାନ୍ତୁନା କାହିଁକି ଆୟୁର୍ବେଦ ଚିକିତ୍ସା ଓ ଔଷଧ ବିକ୍ରି ରୋଜଗାରର ବାଟ ଫିଟାଇଛି ବୋଲି ଡେ଼ଲ୍ଟା ଫାର୍ମାର ଟପ ଟାଇମର ଆୟୁର୍ବେଦ ଭବନର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ପୌର ପରିଷଦର ପୌରପାଳିକା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଛନ୍ତି। ଫୁଲବାଣୀ ଅରବିନ୍ଦ ନଗର ରେ ଥିବା ଏହି ଆୟୁର୍ବେଦ ଭବନ କରୋନା ସମୟରେ ଲୋକଙ୍କର ଇମ୍ୟୁନିଟି ବୃଦ୍ଧି କରିବାରେ ସହାୟକ ହୋଇଛି ଏବଂ ଭଲ ବ୍ୟବସାୟ ସାଙ୍ଗକୁ ଏଥିରେ ଜଡିତ ଥିବା ଯୁବକ ଯୁବତୀ ମାନଙ୍କର ଆର୍ଥିକ ମାନଦଣ୍ଡ ସୃଦୁଢ ହୋଇପାରିଛି ବୋଲି ସମ୍ମାନୀତ ଅତିଥି ବ୍ରହ୍ମପୁରର ଡାଇମଣ୍ଡ ଆଚିଭେର ମନୋଜ କୁମାର ପ୍ରଧାନ କହିଛନ୍ତି।ଏଥି ସହିତ ଓଷଧ ବିକ୍ରୀ ବଟାରେ ଜଡିତ ଥିବା ଯୁବକ ଯୁବତୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଅଗ୍ରଣୀ ଯୁବକ ବନମାଳୀ ଦିଗାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅରବିନ୍ଦ ନଗରର ଆୟୁର୍ବେଦ ଡିପୋର ମାଲିକ ପରାଶର ପ୍ରଧାନ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନପୁର୍ବକ ଆୟୁର୍ବେଦ ଓଷଧର ପ୍ରଚାର ଓ ପ୍ରସାର ଏବଂ ବିକ୍ରୀବଟାରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟ ଦିଗ ରେ ମାଗଦର୍ଶନ କରିଥିଲେ।ଫୁଲବାଣୀର ଆୟୁର୍ବେଦ ପ୍ରଡାକ୍ଟ ସେଲ୍ଳର ଓ ଆୟୁର୍ବେଦ ଔଷଧର ପ୍ରଚାରକ ଓ ପ୍ରସାରକ ଜାକିର ଖାନ ଯୋଗ ଦେଇ ବିଭିନ୍ନ ଦିଗ ପ୍ରତି ଗଭୀର ଆଲୋକ ପାତ କରିଥିଲେ।

nis-ad
Leave A Reply

Your email address will not be published.