ଚୋର ଭାବି ୨ ଗେରୁଆ ବସ୍ତ୍ର ପିନ୍ଧିଥିବା ଯୁବକଙ୍କୁ ନିସ୍ତୁକ ମାଡ଼

ହିଞ୍ଜିଳିକାଟୁ (୨ /୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଗେରୁଆ ବସ୍ତ୍ର ପରିଧାନ କରିଥିବା ଦୁଇ ଯୁବକ ଏକ ବାଇକ ଉପରେ ବସିଥିବା ବେଳେ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ ଓ ପରେ ପୋଲିସ କୁ ଜିମା ଦେଲେ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ପ୍ରତ୍ୟେକ ଦିନ କିଛି ଅଜଣା ବ୍ୟକ୍ତି ବିଭିନ୍ନ ସ୍ଥାନରୁ ଵସରେ ଆସି ବସଷ୍ଟାଣ୍ଡ, ଶୌଚାଳୟ, ପାର୍କରେ ବସି ଚୋରି କରିବା ସହ ବିଭିନ୍ନ ଛଦ୍ମ ବେଶରେ ସଜ୍ଜିତ ହୋଇ ଘରକୁ ଘର ଓ ଦୋକାନ ବୁଲି ଟଙ୍କା ମାଗିଥୁବା ନଜର ରହିଛି। ଶୁକ୍ରବାର ଦିନ ୧୧ଘଣ୍ଟା ସମୟରେ ହିଞିଳିକାଟୁ ବିଜୁ ପଟ୍ଟନାୟକ ପାର୍କ ନିକଟରେ ବାଇକ୍ ଉପରେ ବସିଥିଲେ। ତାଙ୍କ ଚାଲି ଚଳନ ହାବ ଭାବ ଦେଖି କିଛି ଲୋକ ସନ୍ଦେହ କରିଥିଲେ। କିଛି କଲେଜ ଛାତ୍ର ଗେରୂଆ ବେଶରେ ସଜ୍ଜିତ ଦୂଇ ଜଣଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଓ ବାବା ତୁମେ କେଉଁଠୁ ଆସିଛ ସାଧୁ ବୋଲି ପଚାରିଲେ। ବାବା କିଛି କହିନଥିଲେ। ବାବାଙ୍କ ବୟସ ଓ ଚୁଟି, ଦାଢି ଦେଖି ଛାତ୍ର ଓ ଲୋକେ ସନ୍ଦେହ କରିଥିଲେ। ବାବା ବେଶ ଦୁଇ ଜଣ ବ୍ୟକ୍ତି କୁ କିଛି ଭଗଵାନ ଙ୍କ ସ୍ଲୋକ ଗାଇବାକୁ କହିଥିଲେ। ଚାହୁଁ ଚାହୁଁ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ଗାଡି ଚୋର ଓ ପିଲା ଚୋର ସନ୍ଦେହରେ ନିର୍ଦ୍ଧୁମ ଛେଚିଲେ ଲୋକେ। ପରେ ବିଭିନ୍ନ ସଁଗଠନ ସହ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସହ ମିଶି ହିଞ୍ଜିଳିକାଟୁ ପୋଲିସ କୁ ଖଵର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଛଦ୍ମବେଶ ଧାରଣ କରି ଥିବା ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିବା ଜଣାପଡିଛି। ।

nis-ad
Leave A Reply

Your email address will not be published.