ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା “ପରିବର୍ତ୍ତନଶୀଳ ଶିକ୍ଷା ଏବଂ ବିଶ୍ୱ ସ୍ଥରୀୟ ସହଭାଗୀତାର ଦୃଷ୍ଟିକୋଣ”

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ, ଆନ୍ତର୍ଜାତୀୟ ଅଫିସ୍ ତରଫରୁ ସିଣ୍ଡିକେଟ୍ ହଲ ଠାରେ ପ୍ରସିଦ୍ଧ କୁଳପତି, ଦାବିଶ, ସି.ଏ., ୟୁ.ଏସ.ଏ ସ୍ଥିତ, କମ୍ପୁଟର ସାଇନ୍ସ ବିଭାଗ, କାର୍ଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟାପନା ଅନୁଷ୍ଠିତ ହୋଇ ଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ପ୍ରଫେସର ପ୍ରଶାନ୍ତ ମହାପାତ୍ର ତଥା ଡ଼. ଦୁର୍ଗା ଶଙ୍କର ପଟ୍ଟନାୟକ ଓ କୁଳସଚିବ ଡ଼ ଅଭୟ କୁମାର, ଶ୍ରୀ. ଗୌତମ ପ୍ରଧାନ, ଆର୍ଥିକ ସମ୍ବଳ ନିୟନ୍ତ୍ରକ ସମ୍ମାନିତ ଅତିଥି ଭାବେ ଅଧ୍ୟାପନାରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ, ପ୍ରଫେସର ଅସୀମ ରଞ୍ଜନ ପାରହି, ସଭାଟିକୁ ଆରମ୍ଭ କରି ମୁଖ୍ୟବକ୍ତା ପ୍ରଫେସର ପ୍ରଶାନ୍ତଙ୍କ ସଫଳତା, ଉଚ୍ଚ ଶିକ୍ଷା ପାଇଁ ତାଙ୍କର ଯୋଗୋଦାନ, ପ୍ରଦର୍ଶନ ଓ ଖ୍ୟାତି ବିଷୟରେ ଦର୍ଶାଇ ତଥା ଉପସ୍ଥିତ ଥିବା ସମସ୍ତ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ତଥା ବିଶ୍ୱବିଦ୍ୟାଳୟର ପ୍ରଫେସର, କର୍ମକର୍ତ୍ତା ଏବଂ ପି.ଏଚ.ଡି. ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ନିର୍ଦ୍ଦିଷ୍ଟ ବିଷୟ ଉପରେ ପ୍ରଫେସର ଆଚାର୍ଯ୍ୟ ତାଙ୍କ ଅଭିଭାଷଣ ରଖି କହିଥିଲେ ଯେ, ପରିବର୍ତ୍ତନଶୀଳ ଶିକ୍ଷା ଗୋଟେ ନୂଆ ଶିକ୍ଷା ଯେଉଁଠି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସକ୍ଷମ, ବୁଦ୍ଧିମାନ, ଦକ୍ଷତା ଜ୍ଞାନ କୁ ବଢ଼ାଇ ପାରିବେ । ଉପସ୍ଥିତ ଯୁକ୍ତିଯୁକ୍ତ ଓ ଭାବପ୍ରବଣକୁ ନେଇ ପୂର୍ବତମ ଜ୍ଞାନ ବିକାଶ ସହ ପ୍ରତିଯୋଗି ହୋଇ ପାରିବେ” । “ପରିବର୍ତ୍ତନଶୀଳ ଶିକ୍ଷା ଉପରେ ସାରା ବିଶ୍ୱ ଗୁରୁତ୍ୱ ଦେଉଛି ତା ସହିତ ଟେକ୍ନୋଲୋଜି ଏବଂ ଶିକ୍ଷାର ମିଶ୍ରଣ ଉଚ୍ଚ ଶିକ୍ଷାକୁ ବହୁତ ଆଗକୁ ନେଉଛି । ଆମେ ସମସ୍ତେ ଶିକ୍ଷାବିତ୍ ନିଜକୁ ସୀମିତ କରିବା ଉଚିତ ନୁହେଁ କିନ୍ତୁ ବିଶ୍ୱ ସ୍ତରୀୟ ସୁଯୋଗ ନେଇ ଆଗକୁ ବଢିବା ଉଚିତ । ଉଚ୍ଚ ଶିକ୍ଷା ଓ ସମାଜ ପାଇଁ ଆମ୍ଭର କର୍ତ୍ତବ୍ୟ ବହୁତ । ସେଥିପାଇଁ ସହଭାଗୀତାର ସୁଯୋଗ ନେଇ ଆମେ ଉଚ୍ଚ ଶିକ୍ଷାକୁ ସହଯୋଗ ଓ ମିଳିତ ପ୍ରୟାସ ଆନ୍ତର୍ଜାତୀୟ ମାଧ୍ୟମରେ କିଭଳି ହେବ ଆଲୋଚନା ଦରକାର ବୋଲି ପ୍ରଫେସର ପ୍ରଶାନ୍ତ କହିଥିଲେ ।

ସଂଯୋଜକ, ପ୍ରଫେସରଅସୀମ ରଞ୍ଜନ ପାରହି, ଏକାଡେମିକ୍ ସଂଯୋଜକ, ପ୍ରଫେସର ସଞ୍ଜୟ କୁମାର ସରଙ୍ଗୀ, ତାସହିତ ସହ-ସଂଯୋଜକ ସୀମା ମଲ୍ଲିକ ଏବଂ ଡ଼. ସ୍ୱପ୍ନା ଏସ ପ୍ରଭୁ, ଓ ଲୋକ ସମ୍ପର୍କ ବିଭାଗ, କର୍ମକର୍ତା ଏବଂ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇ ଶେଷରେ ପ୍ରଫେସର ସଞ୍ଜୟ ଉପସ୍ଥିତ ସମସ୍ତ ମୁଖ୍ୟ ଅତିଥୀ, ମୁଖ୍ୟ ବକ୍ତା, ସାମନ୍ୱିତ ଅତିଥିଗଣ ଓ ସମସ୍ତ ଉପସ୍ଥିତ ବିଶ୍ୱବିଦ୍ୟାଳୟର ବିଦ୍ୱାନ ଉପାଧ୍ୟାୟମାନଙ୍କୁ ତଥା ପି.ଏଚ.ଡି. ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ ଦେଇ ସଭାଟିକୁ ସାଙ୍ଗ କରିଥିଲେ । ପରବର୍ତ୍ତୀ ମୁହୁର୍ତ୍ତ୍ୱରେ ସହଯୋଗ ଏବଂ ମିଳିତ ପ୍ରୟାସ କିଭଳି କାର୍ଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହିତ ହୋଇ ପାରିବ ସେ ବିଷୟରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ପ୍ରଫେସର ପ୍ରଶାନ୍ତଙ୍କ ସମେତ ସଂଯୋଜକ, ପ୍ରଫେସରଅସୀମ ରଞ୍ଜନ ପାରହି, ଏକାଡେମିକ୍ ସଂଯୋଜକ, ପ୍ରଫେସର ସଞ୍ଜୟ କୁମାର ସରଙ୍ଗୀ ଅନ୍ୟ ପ୍ରଫେସର ବୃନ୍ଦ ତଥା ଡ଼. ପ୍ରବୋଧ କୁମାର ହୋତା, ଡ଼. ହିମାଂଶୁ ରାଉତ, ଡ଼. ସୁଶାନ୍ତ କୁମାର ବଡ଼ମାଳି, ଡ଼. ନିଗମାନନ୍ଦ ଦାଶ, ଡ଼. ପ୍ରଭାତୀ ମହାପାତ୍ର ତଥା କୁଳସଚିବ ଡ଼. ଅଭୟ କୁମାର ନାୟକ ଓ ଶ୍ରୀ. ଗୌତମ ପ୍ରଧାନଙ୍କ ଉପସ୍ଥିତିରେ ଆଲୋଚନା କରି କିଭଳି ଶୀଘ୍ର ଏଥି ପାଇଁ ଉଚିତ ପଦକ୍ଷେପ ନିଆ ଯାଇ ପାରିବ ତାହା ନିର୍ଦ୍ଧିଷ୍ଟ ହୋଇଥିଲା ।

nis-ad
Leave A Reply

Your email address will not be published.