ପାଣିରେ ବୁଡି ଶିଶୁ ମୃତ

ଦାରିଙ୍ଗବାଡ଼ି,୨/୯, ପାଣିରେ ବୁଡି ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମର ନୟନ ପ୍ରଧାନଙ୍କ ପୁଅ ସିପୁନ ପ୍ରଧାନ(୭) । ସୂଚନା ପ୍ରକାରେ,ସିପୁନ ପ୍ରଧାନ ମା ଙ୍କ ସହ ନିଜ ମାମୁଁ ଘର ରାଣୀପାଙ୍ଗା ଗ୍ରାମକୁ ବୁଲିଯାଇଥିବା ବେଳେ, ଶୁକ୍ରବାର ଦିନ ସିପୁନ ସାଙ୍ଗ ମାନଙ୍କ ସହ ମିଶି ପୋଖରୀକୁ ଗାଧୋଇ ଯାଇଥିଲା। ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲା । ପାଣିରେ ବୁଡିବା ଜାଣି ଗ୍ରାମବାସୀ ସିପୁନକୁ ପୋଖରୀରୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।ଦାରିଙ୍ଗବାଡ଼ି ପୋଲିସ ଏନେଇ ଅପମୃତ୍ୟୁ ମାମଲା ନଂ ୮/୨୨ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.