ସିବିଆଇ ଚଢଉ ପରେ ଗୁଜୁରାଟରେ ଆମର ଭୋଟ ଭାଗ ୪% ବଢିଛି : କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପରେ ସିବିଆଇ ଚଢଉ ପରେ ବିଜେପିକୁ ଟାର୍ଗେଟ୍ କରିଚାଲିଛି ଆପ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତ୍ୟେକ ଦିନ ବିଜେପି ବିରୋଧରେ ନୂଆ ନୂଆ ଅଭିଯୋଗ ଆଣିଚାଲିଛନ୍ତି । ଗୁରୁବାର ଦିନ କେଜ୍ରିଓ୍ବାଲ କହିଛନ୍ତି ଯେ ଯେବେଠାରୁ ମନିଷଙ୍କ ଉପରେ ସିବିଆଇ ଚଢଉ ହୋଇଛି, ସେବେଠାରୁ ଗୁଜୁରାଟରେ ଆପର ଭୋଟ ଭାଗ ପୂର୍ବାପେକ୍ଷା ୪ ପ୍ରତିଶତ ବଢିଯାଇଛି । ତାଙ୍କୁ ଯଦି ଗିରଫ କରାଯାଏ, ତେବେ ଆପର ଭୋଟ ଭୋଟ ଭାଗ ୬ ପ୍ରତିଶତ ବୃଦ୍ଧି ପାଇବ ।
ଚଳିତ ବର୍ଷ ଶେଷ ବେଳକୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆପ ବିଜୟ ହାସଲ କରିବ ବୋଲି ସେ ଦୃଢୋକ୍ତ ପ୍ରକଟ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ଚାପରେ କାମ କରୁଛି । ମନିଷଙ୍କ ଉପରେ ସିବିଆଇ ଚଢଉ କରାଯାଇଥିଲେ ବି ସେ ମାନହାନୀ ମକଦ୍ଦମା କରିନାହାନ୍ତି । ଦିଲ୍ଲୀ ସରକାର ସ୍କୁଲ, ହସପିଟାଲ ନିର୍ମାଣ କରୁଥିବାରୁ ବିଜେପି ଟାର୍ଗେଟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ ଗତ ମାସରେ ସିବିଆଇ ମନିଷ ସିସୋଦିଆଙ୍କ ଘର ସମେତ ୩୧ଟି ସ୍ଥାନରେ ଚଢଉ କରିଥିଲା । ଏହା ପରେ ଦିଲ୍ଲୀ ସରକାର ଏହି ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ସିବିଆଇ ନିଜର ଅଭିଯୋଗ ପତ୍ରରେ ସିସୋଦିଆଙ୍କ ସମେତ ୧୫ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଛି ।

nis-ad
Leave A Reply

Your email address will not be published.