ବନ୍ୟା ସୁଅରେ ଭାସି ଯୁବକ ମୃତ

କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କର ମୃତ୍ୟୁ । ମୃତକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡା ଗ୍ରାମର ସୁନୀଲ ସାହୁ(୨୧) । ସଉଦା ଆଣିବା ପାଇଁ ବଜାର ଯାଉଥିବା ସମୟରେ ସାଇକେଲ ସହ ବନ୍ୟା ସୁଅରେ ଭାସିଗଲେ ।

ରେଙ୍ଗାଲି ଗେଟ ଖୋଲିବା ପରେ ବିପଦରେ ଅଛନ୍ତି ବ୍ରାହ୍ମଣୀ ନଦୀକୂଳ ବାସିନ୍ଦା । ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ସୂଚନା ଅନୁସାରେ ମଣ୍ଡପଡା ଗ୍ରାମର ୨୧ ବର୍ଷୀୟ ଯୁବକ ସୁନୀଲ ଘର ପାଇଁ ସଉଦା ଆଣିବାକୁ ସାଇକେଲ ଯୋଗେ ବଜାରକୁ ଯାଇଥିଲେ । ଗାଁ ରାସ୍ତା ବନ୍ୟାରେ ବୁଡି ରାସ୍ତା ଉପରେ ସୁଅ ଚାଲିଥିବା ବେଳେ ସେ ସାଇକେଲ ସହ ସୁଅ ମୁହଁରେ ପଡିଯାଇଥିଲେ । ବହୁ ଖୋଜାଖୋଜି ପରେ ଗାଁ ଲୋକେ ତଣ୍ଡି ବୁଦା ପାଖରୁ ସୁନୀଲଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏନେଇ ମୃତକଙ୍କ ଜେଜେ କହିଛନ୍ତି, “ନଦୀର ସୁଅ ଯୋଗୁଁ ରାସ୍ତାରେ ଗାତ ହୋଇଯାଇଛି । ସୁନୀଲ ସାଇକେଲ ନେଇ ବଜାରକୁ ଯିବା ବାଟରେ ସେହି ଗାତରେ ପଡ଼ି ଭାସି ଯାଇଥିଲା । ତେବେ ସେଠାରେ ସାଇକେଲ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ଏକ ବୁଦାରେ ଲାଗିଥିବା ଦେଖି ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡ଼କାଲକୁ ଆଣିଥିଲେ । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।”

nis-ad
Leave A Reply

Your email address will not be published.