ଗାଁକୁ ଫେରିଲା ନିଖୋଜ ବାସୁଦେବଙ୍କ ଶବ, ମୃତକ ପରିବାରକୁ ନ୍ୟାୟ ଦାବୀରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହିର ବାସୁଦେବ ପ୍ରଧାନ ନିଖୋଜ ଘଟଣାକୁ ୬ଦିନ ବିତିଥିବାବେଳେ ଗିତକାଲି ତାଙ୍କ ମୃତଦେହ କୁ କଟକ ଜିଲ୍ଲା ଜଗତପୁର ନଦୀ ନିକଟରୁ ଉଦ୍ଧାର କରିଥିଲା ।ଶବ ଜବତ ହୋଇ ଚିହ୍ନଟ ପରେ କଟକ ଏସସିବି ମେଡିକାଲରେ ରେ ବ୍ୟବଛେଦ ହୋଇ ଆଜି ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଆଜି ଗାଁ ସ୍ମଶାନରେ ଶବଦାହ କରିବା ସମୟରେ ମୃତକ ପରିବାରକୁ ନ୍ୟା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ପୁବୁସାହିର ଶତାଧିକ ଲୋକ ଆଜି ଗାଁଠାରେ ୫୭ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ଘଟଣାସ୍ଥଳରେ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା । ବରଂ ସେମାନେ ତାଙ୍କ ଜିଦରେ ଅଟଳ ରହିଥିଲେ ।

ପରେ ତହସିଲଦାର ଇପ୍ସିତ ସାହୁ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠିରୁ ନଗଦ ୧୦ହଜାର ପ୍ରଦାନ କରିବା ସହ ସରକାରୀ ସହାୟତା ଲାଗି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପରେ ର୍ଗା ଲୋକ ମୃତକ ବାସୁଦେବଙ୍କ ଶବକୁ ଗାଁ ସ୍ମଶାନରେ ଶବଦାହ କରିଥିଲେ । ସୂଚନା ଅନୁସାରେ, ବୁଧବାର ନ୍ୟାୟ ଦାବୀରେ ଶତାଧିକ ଗ୍ରାମବାସୀ ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ ଏହି ଘଟଣାରେ କବାଡିଆ ଦୋକାନ ମାଲିକ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।ବାସୁଦେବକୁ ପିଟି ପିଟି ହତ୍ୟା ପରେ ମୃତଦେହକୁ ବୋଲେରୋ ରେ ନେଇ ସିଧାମୂଳା ବ୍ରିଜ ତଳେ ଫୋପାଡିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ମୃତ ବାସୁଦେବଙ୍କ ପତ୍ନୀ ଓ ଗ୍ରାମବାସୀଙ୍କୁ ଏନେଇ ପୁଲିସ ପ୍ରାଥମିକ ସୂଚନା ଦେଇଥିଲା ।

କାଲି ପୁଲିସ କବାଡିଆ ଗୋଦାମରେ ଚଢାଉ କରି ଯାଂଚ କରିଥିଲେ । ସେଠାରୁ ବାସୁଦେବର ବ୍ୟବହୃତ ପ୍ୟାଂଟସାର୍ଟ ଓ ଗାମୁଛାକୁ ଜବତ କରିଥିବାବେଳେ ମୃତଦେହକୁ ନେଇ ଫୋପାଡିବାରେ ବ୍ୟବହୃତ ବୋଲେରୋକୁ ମଧ୍ୟ ପୁଲିସ ଜବତ କରିଥିବା ଜଣାଯାଇଛି । ପରେ ପୁଲିସ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ସିଧାମୂଳା ଗାଁ ନିକଟ ନଦୀରେ ମୃତଦେହ ଫୋପଡା ଯାଇଥିବା ସନ୍ଦେହରେ ଡଗସ୍କ୍ୱାର୍ଡ ଓ ଓଡ୍ରାଫ ଟିମ ସହ ଯାଇ ଖୋଜାଖୋଜି କରିଥିଲେ । ମାତ୍ର ସେଠାରୁ କିଛି ମିଳିନଥିଲା ।ଅପରାହ୍ନରେ କଟକ ଜିଲ୍ଲା ଜଗତପୁର ନଦୀ ନିକଟରୁ ବାସୁଦେବଙ୍କ ମୃତ ଦେହ କୁ ଜଗତପୁର ପୁଲିସ ଉଦ୍ଧାର କରିଥିଲା ।

nis-ad
Leave A Reply

Your email address will not be published.