ରାଉରକେଲା ଶିଶୁ ଭବନ ପକ୍ଷରୁ ରକ୍ତ ଦାତାମାନଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ରାଉରକେଲା : ରାଉରକେଲା ଶିଶୁ ଭବନ ପକ୍ଷରୁ ରକ୍ତଦାତାମାନଙ୍କ ପାଇଁ ଏକ ସମ୍ବର୍ଧନା ‘ସଭା ଆୟୋଜିତ ହୋଇଯାଇଛି। କରୋନା କାଳରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିଥିବାରୁ କୋଭିଡ୍ ଯୋଦ୍ଧାଭାବେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ।ବରିଷ୍ଠ ଆଇନ୍‌ଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା.ଆର.ଏନ ପ୍ରଧାନ,ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭରତ ଭୂଷଣ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଶିକ୍ଷାବିତ୍ ଡ. କିଶୋରୀ ଦାଶ,ଆନ୍ତର୍ଜାତୀୟ ମାନବ ଅଧିକାର ଅନୁଷ୍ଠାନର ବିଶ୍ବଜିତ ମଲ୍ଲିକ,ବାଳସୁଧାର କେନ୍ଦ୍ରର ପ୍ରଭାରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ରାଉରକେଲା ଶିଶୁ ଭବନର ସମ୍ପାଦକ ପ୍ରସନ୍ନ ସେନାପତି, ଉପସଭାପତି ଦୁଃଖବନ୍ଧୁ କିସାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସଭାରେ ୨୧୧ ଜଣ ରକ୍ତାଦାତାଙ୍କୁ ସମୃଦ୍ଧିତ କରାଯାଇଥିବା ବେଳେ ପଚାଶରୁ ଅଧିକ ଥର ରକ୍ତଦାନ କରିଥିବା କେଦାରନାଥ ପାଢ଼ୀ,ସୁଭାଷ ଚକ୍ରବର୍ତୀ,ଦିଲ୍ଲୀପ ମହାରଣା ଓ ସର୍ବନ ସିଂଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ରାଉରକେଲା ଶିଶୁ ଭବନ ରକ୍ତଦାତା ସଂଯୋଜକ ବିଜୟ ସୁନ୍ଦରରାୟ ରକ୍ତର ଅଭାବ ଯୋଗୁଁ ଯେପରି କାହାର ଜୀବନ ନ ଯିବ ସେ ଦିଗରେ ତାଙ୍କ ଅନୁଷ୍ଠାନ ପ୍ରୟାସ କରିବ ବୋଲି କହିଥିଲେ। ଯୁବସଂଯୋଜକ ଅନୀଲ ମଲ୍ଲିକ,ସଂଯୋଜିକା ମୋନାଲିସା ସାହୁ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି କରୋନା ସମୟରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟରେ ୭୫୦ ୟୁନିଟ୍ ରକ୍ତ ଯୋଗାଇ ଦିଆଯାଇଥିଲା।

nis-ad
Leave A Reply

Your email address will not be published.