ହୃଦୟବିଦାରକ ସଡ଼କ ଦୁର୍ଘଟଣା, ଦୁଇ ମୃତ..

ଛତ୍ରପୁର : ଛତ୍ରପୁର DRDA ନିକଟ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି l ସୂଚନା ଥାଉକି ମୃତ ଦୁଇ ହେଲେ ବ୍ରହ୍ମପୁର ବ୍ରହ୍ମା ନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡ ପାଳ l ଦୁହେଁ ଏକ ବାଇକ ଯୋଗେ ଯାଉଥିବା ବେଳେ DRDA ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ମୃତ୍ୟ ବରଣ କରିଛନ୍ତି l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଭଳି ଏହିପରି ଦୁର୍ଘଟଣା ଘଟିଛି ଜାଣିବା କଷ୍ଟକର ହୋଇପାରେ l କୌଣସି ଅଜଣା ଗାଡି କିମ୍ବା କୌଣସି ଗାଈ ଗୋରୁ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା କୁ ଲୋକେ ଚର୍ଚ୍ଚା କରୁଛନ୍ତି l ଖବର ପାଇ ଛତ୍ରପୁର ପୋଲିସ, ଅଗ୍ନିଶ୍ରମ ବାହିନୀ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଜାରି କରିଛି

nis-ad
Leave A Reply

Your email address will not be published.