ମିଟୁ ଘଡ଼େଇ ଆକ୍ରମଣ ଘଟଣା ::୫ ଗିରଫ..

ବ୍ରହ୍ମପୁର, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପାୟଲ୍ ହଲ୍‌ ନିକଟରେ ମିଟୁ ଘଡ଼େଇ ନାମକ ଜଣେ ଯୁବକକୁ ଗତ ରବିବାର(୨୧ତାରିଖ) ରାତିରେ ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉକ୍ତ ମାମଲା (କେସ୍‌ନଂ୨୯୧/୨୨)ରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୁଲାତାନ୍ ବେହେରା ଓରଫ୍ ଟିପୁ (୨୮), ମଣ୍ଟୁ ବେହେରା (୨୬), ଛୋଟୁ ବେହେରା (୨୧), ଗୁରୁ ମାଧେଇ (୩୦), ଚିନ୍ତାମଣି ନାୟକ (୫୦)। ମିଟୁର ସ୍କୁଟି ସହ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ଗୋଲପଲ୍ଲୀ ବନ୍ଧରୁ ପୁଲିସ ଉଦ୍ଧାର କରି ଜବତ କରିଛି। ତେବେ ଅଭିଯୁକ୍ତ ଟିପୁ ଏବଂ ଆକ୍ରମଣର ଶିକାର ହୋଇଥିବା ମିଟୁ ଦୁହେଁ ସମ୍ପର୍କିୟ ଭାଇ। କିଛିଦିନ ତଳେ ଟିପୁକୁ ଆକ୍ରମଣ କରିବ ବୋଲି କୁଆଡ଼େ ମିଟୁ ଧମକ ଦେଇଥିଲା। ସେଥିପାଇଁ ଟିପୁ ଅନ୍ୟ ଅଭିଯୁକ୍ତଙ୍କୁ ଏକାଠି କରି ମିଟୁକୁ ଆକ୍ରମଣ କରିଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିବା ନେଇ ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ପ୍ରେସ୍‌ ବାର୍ତ୍ତାରେ ଦର୍ଶାଯାଇଛି।
ସୂଚନା ମୁତାବକ, ଗତ ୨୧ତାରିଖ ରାତି ପ୍ରାୟ ୧୦ଟା୪୫ରେ ଗୋଲାପଲ୍ଲୀ ହରିଜନ ସାହିର ମିଟୁ ଘଡ଼େଇ ଦୋକାନ ବନ୍ଦ କରି ଏକ ସ୍କୁଟି ରେ ଘରକୁ ଫେରୁଥିବା ବେଳେ କାଳୀମନ୍ଦିର ନିକଟରେ ଅଭିଯୁକ୍ତମାନେ ତା’କୁ ଅଟକାଇଥିଲେ। ଅଭିଯୁକ୍ତ ଟିପୁ ଏକ ଖଣ୍ଡାରେ ମିଟୁକୁ ଆକ୍ରମଣ କରିଥିଲା। ଅନ୍ୟମାନେ ମଧ୍ୟ ତା’କୁ ମାଡ଼ ମାରିଥିଲେ। ମିଟୁର ଦେହର ବିଭିନ୍ନ ଅଙ୍ଗ କ୍ଷତାକ୍ତ ହୋଇ ପ୍ରଚୁର ରକ୍ତସ୍ରାବ ହେବାରୁ, ସେ ତଳେ ପଡ଼ିଯାଇଥିଲା। ଏହାପରେ ଅଭିଯୁକ୍ତମାନେ ତା’କୁ ହତ୍ୟା ଧମକ ଦେଇ ଫେରାର୍ ହୋଇଯାଇଥିଲେ। ଘଟଣା ପରଦିନ ମିଟୁର ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତ ଟିପୁକୁ ପୁଲିସ ଭଂଜନଗରରୁ ଗିରଫ କରିଥିଲା। ଜେରା ବେଳେ ‌େସ ଦୋଷ ସ୍ବୀକାର କରିବା ସହ କାହିଁକି ମିଟୁକୁ ଆକ୍ରମଣ କରିଥିଲା ଏବଂ ଆକ୍ରମଣରେ ବ୍ୟବହାର କରିଥିବା ଖଣ୍ଡାଟି ଗୋଲାପଲ୍ଲୀ ବନ୍ଧରେ ପକାଇଥିବା ପ୍ରକାଶ କରିଥିଲା। ପୁଲିସ ସେଠାରୁ ଖଣ୍ଡାକୁ ଜବତ କରିଥିଲା। ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

nis-ad
Leave A Reply

Your email address will not be published.