ପିତାତଳିରେ ଆଇନ ସଚେତନତା କର୍ମଶାଳା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ତରଫରୁ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ସମ୍ପାଦକ କୋୖଳାଶ ଚନ୍ଦ୍ର ସାହୁ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ଜନସାଧାରଣଙ୍କୁ ମାଗଣାରେ ମିଳୁଥିବା ନ୍ୟାୟିକ ସେବା ଉପରେ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ମହିଳା ଅଧିକାରୀ ସଂଗୀତା ପାତ୍ର, ଆଇନଜୀବୀ ମନ୍ଦାକିନି ଦେବୀ ଓ ସୁବାଷ ଚନ୍ଦ୍ର ପାଳ,ପି.ଏଲ.ଏ.ପି. ୟୁ.ଏସ ମେମ୍ବର ସବିତା ସାହୁକାର, ପିତାତଳି ସରପଞ୍ଚ ଏ. ରାଙ୍ଗାରାଓ ,ସିଡ଼ିପିଓ ଗୀତାଞ୍ଜଳୀ ପାଣିଗ୍ରାହୀ, ଭାରପ୍ରାପ୍ତ ଏବିଡ଼ିଓ ଚକ୍ରଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।ଏହି ଆଇନ ସଚେତନତା କାର୍ଯ୍ୟକର୍ମରେ ପଞ୍ଚାୟତର ଶତାଧିବ୍ୟକ୍ତି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.