୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିୟମିତ ନିଯୁକ୍ତି ପତ୍ର ପ୍ରଦାନ

ଚିକିଟି : ପାତ୍ରପୁର ବ୍ଲକର କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ନିୟମିତ ହୋଇଥିବା ୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। କନିଷ୍ଠ ଶିକ୍ଷକ ସଂଘ ପାତ୍ରପୁର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ପଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା )ର ରାଜ୍ୟ ସଭାପତି ଶ୍ରୀ ରାଜେଶ ମହାନ୍ତି, ଏବିଇଓ ପ୍ରଫୁଲ୍ଲ କୁମାର ଚୌଧୁରୀ, ସିମାଞ୍ଚଳ ପାଇକ, କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବିରାଜ ଦାସ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ) ପାତ୍ରପୁର ବ୍ଲକ ର ସଭାପତି କେ ଧର୍ମା ରାଓ, ସମ୍ପାଦକ ଚିତ୍ତରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ଥିଲେ l ନୂତନ ଭାବେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ସଂଘ ସଭାପତି ଦିପକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀ ଜନ୍ମେଜୟ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ବିଷୋୟୀ, ଜଗଦିଶ ପାତ୍ର,ଅର୍ପିତା ପାଢ଼ୀ, କରୁଣାକର ପ୍ରଧାନ, ରାଜଲକ୍ଷ୍ମୀ ନାୟକ, ଧର୍ମଳା ଜ୍ୟୋତି, ପ୍ରମୋଦ ନାଇକ, ନରେନ୍ଦ୍ର କୁମାର ନାୟକ, ଉମରଣି ସାହୁ , ଏମ୍ ଦୁର୍ୟୋଧନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟମିତ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ l ଆଦେଶ ପତ୍ର ବଣ୍ଟନ ପରେ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପସ୍ଥିତ ଅତିଥି ଓ ନିୟମିତ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷାୟିତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

nis-ad
Leave A Reply

Your email address will not be published.