ବ୍ରହ୍ମପୁର ଡି ପଲ ବିଦ୍ୟାଳୟର ଛାତ୍ରୀ କୁମାରୀ ତନୁଶ୍ରୀ ଦାଶଙ୍କ ସଫଳତା

ରାଉରକେଲା : କୁମାରୀ ତନୁଶ୍ରୀ ଦାଶ,ଡି ପଲ ବିଦ୍ୟାଳୟ,ବ୍ରହ୍ମପୁର ର ଛାତ୍ରୀ ଆଞ୍ଚଳିକ ବ୍ୟାଡମିଣ୍ଟନ୍ କ୍ରୀଡା ପ୍ରତିଯୋଗିତା ବ୍ରହ୍ମପୁର ମଣ୍ଡଳରୁ ମନୋନୀତ ହୋଇ,ରାଉରକେଲା ଠାରେ ଆୟୋଜିତ ହୋଇଥିବା ୧୭ ବର୍ଷରୁ କମ ବର୍ଗ CISCE, ଆଞ୍ଚଳିକ କ୍ରୀଡା ଓ ଖେଳ ସମାରୋହ ୨୦୨୨ ବ୍ୟାଡମିଣ୍ଟନ୍ ଚମ୍ପିୟାନସିପରେ ଅଂଶ ଗ୍ରହଣ କରି ସଫଳତା ଲାଭ କରି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ତାଙ୍କର ଏ ସଫଳତା ପାଇଁ ଗତ ତା ୨୧/୦୮/୨୦୨୨ ରିଖ ରାଉରକେଲା ଠାରେ ତାଙ୍କୁ ପୁରସ୍କାର ଓ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ସୁଶ୍ରୀ ତନୁଶ୍ରୀ ହିଲପାଟଣା ବ୍ରହ୍ମପୁର ନିବାସୀ ଶ୍ରୀଯୁକ୍ତ ଜଗଦୀଶ ଦାସ ଓ ଶ୍ରୀମତୀ ଉଷା ରାଣୀ ଦାଶଙ୍କର ଜ୍ୟେଷ୍ଠ କନ୍ୟା ଅଟନ୍ତି । ତନୁଶ୍ରୀଙ୍କର ଏହି ସଫଳତା ଡି ପଲ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମନରେ ଆନନ୍ଦ ଭରି ଦେଇଛି ।

nis-ad
Leave A Reply

Your email address will not be published.