ଜିଲ୍ଲା ସ୍ବାସ୍ଥ୍ୟ ମିଶନ / ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳ ଓ ରୋଗୀ କଲ୍ୟାଣ ସମିତି ବୈଠକ -୨୦୨୨

ଫୁଲବାଣୀ(୨୪ /୦୮) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର ପରିଚାଳନା ସମିତି ବୈଠକ, ଜିଲ୍ଲା ସ୍ବାସ୍ଥ୍ୟ ମିଶନର ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଦ୍ବାରା ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ପରିଚାଳନା ବୈଠକ ମାନ୍ୟବର ଲୋକସଭା ସାଂସଦ କନ୍ଧମାଳ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କଁହର , କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷା ଅଧ୍ୟକ୍ଷ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ସ୍ବାଗତ ଭାଷଣ ଦେଇଥିଲେ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ସଂଯୋଜନା କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ସମିତିର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ପର୍ଯ୍ୟଲୋଚନା କରା ଯାଇଥିଲା । ୨୦୨୧-୨୨ ବର୍ଷରେ କୟାକଳ୍ପ ( ସ୍ଵଚ୍ଛତା ପୁରସ୍କାର) ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର , ଉପଖଣ୍ଡ ଚିକିତ୍ସାଳୟ ଯଥା ବାଲିଗୁଡାର ୧୨ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୬ଟି ଉପ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରୀୟ ସ୍ବତନ୍ତ୍ର ସହାୟତା ଯୋଜନାରେ ଚାରୋଟି ଅପହଞ୍ଚ ଅଞ୍ଚଳ ପାଇଁ ୪ଟି ଭ୍ରାମ୍ୟମାଣ ପ୍ରସବ ଯାନ ଓ ୪ଟି ବହୁମୁଖୀ ସ୍ବାସ୍ଥ୍ୟସେବା ଯାନ ଅନୁଦାନ ମିଳିଥିବାରୁ ଆଜି ୧ ଟି ଭ୍ରାମ୍ୟମାଣ ପ୍ରସବ ଯାନ ଓ ୧ଟି ବହୁମୁଖୀ ସ୍ବାସ୍ଥ୍ୟସେବା ଯାନଙ୍କୁ ଅନୁଷ୍ଠାନିକ ଭାବେ କନ୍ଧମାଳ ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ବାଲିଗୁଡା ବ୍ଲକର ଖମନଖୋଲ, ରାଇକିଆର ଇନ୍ଦ୍ରଗଡ , ତୁମୁଡିବନ୍ଧର ବେଲଘର, ଦାରିଙ୍ଗିବାଡିର ବ୍ରାହ୍ମଣୀ ଗାଁକୁ ପଠାଇ ଆନୁସ୍ଥାନିକ ପ୍ରସବକୁ ଶତପ୍ରତିଶତ କରିବା ଏବଂ ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ଦୁରାଭିମୁଖୀ ଯୋଜନା ପ୍ରଶଂସନୀୟ । ଜିଲ୍ଲାପାଳଙ୍କ ନିର୍ଦେଶ ମତେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପାଇଖାନା ଉନ୍ନତି କରଣ କାର୍ଯ୍ୟ ଚାଲୁରହିଛି । ନୂତନ ଭାବେ ଆମ ଜିଲ୍ଲାକୁ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରୀୟ ପରୀକ୍ଷାଗାର , ୧୪ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର , ୨୯ ଟି ଉପ ସ୍ବାସ୍ଥ୍ୟ କେନ୍ଦ୍ର , ସରକାରଙ୍କ ବିଭିନ୍ନ ଯୋଜନା ଯଥା ୧୫ th finance commission, PM- ABHIM, NHM ରୁ ଅନୁଦାନ ମିଳିଛି । ବିଜୁ କନ୍ଧମାଳ ଯୋଜନାରେବି ବିଭିନ୍ନ ଯୋଜନା ପାଇଁ ଅନୁଦାନ ମଧ୍ୟ ମିଳିଛି । ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତମ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଆକାଂକ୍ଷା ଜିଲ୍ଲା ହିସାବରେ ସର୍ବ ଭାରତୀୟ ସ୍ତରରେ ଦିତୀୟ ପୁରସ୍କାର ବାବଦରେ ୩ କୋଟି ୭୫ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଜିଲ୍ଲାକୁ ମାନ୍ୟବର ସାଂସଦ ଓ ବିଧାୟକଙ୍କ ମୁକ୍ତ ପାଣ୍ଠି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନୁଦାନ ଦେବା ଏବଂ ବିଭିନ୍ନ CSR funds mobilise କରିବା ଏବଂ ବିଜୁ କନ୍ଧମାଳ ଗଜପତି ଯୋଜନାରେ ଅଧିକ ସ୍ବାସ୍ଥ୍ୟ ସେବା ପାଇଁ ଅନୁଦାନ ଦେବା ବିଷୟରେ ଆଲୋଚନା କରାଯାଇଥିଲା । ପରିଶେଷରେ ଆଶିଷ କୁମାର ମହାନ୍ତି, ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁସ୍ଥ କନ୍ଧମାଳ ସୁଖୀ କନ୍ଧମାଳ

nis-ad
Leave A Reply

Your email address will not be published.