ଛତିଶଗଡ ପ୍ରଶାସନିକ ଅଧିକାରୀଙ୍କ ହିଂଜିଳିକାଟୁ ଗସ୍ତ

ହିଂଜିଳିକାଟୁ (୨୩ା୮) : ଛତିଶଗଡ଼ ରାଜ୍ୟର ପଂଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନବ ନିଯୁକ୍ତ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଏକ ୧୮ଜଣିଆ ଟିମ ମଙ୍ଗଳବାର ହିଂଜିଳିକାଟୁ ବ୍ଳକ ଗସ୍ତ କରିଛନ୍ତି । ଏହି ଟିମ ସଦସ୍ୟମାନେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଏକାଡ଼େମୀରେ ତାଲିମ ନେଉଥିଲେ । ଟିମ ସଦସ୍ୟ ମାନେ ଏହି ଗ୍ରାଉଣ୍ଡ ଗ୍ରସ୍ତରେ ମୁଖ୍ୟତଃ ଏମଜିଏନଆରଇଜିଏ ଯୋଜନାର କାର୍ଯ୍ୟକାରିତା ଓ ଏହାର ଲୋକାଭିମୁଖିତା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ସ୍ଥାନୀୟ ବିଡ଼ିଓ ସୁବ୍ରତ କୁମାର ଜେନା ପ୍ରତିନିଧି ଦଳକୁ ଉନ୍ନୟନ କାର୍ଯ୍ୟକାରିତା ଓ ଉପଯୋଗିତା ସମ୍ବନ୍ଧରେ ବୁଝାଇଥିଲେ । ସରପଂଚ, ଗ୍ରାମ ପଂଚାୟତ ଅଧିକାରୀ ଓ ଜନସାଧାରଣଙ୍କ ମଧ୍ୟ ଟିମ ସଦସ୍ୟ ଆଲୋଚନା କରିଥିଲେ । ମଙ୍ଗଳବାର ଅପରାହ୍ନରେ ହିଂଜିଳିକାଟୁ ବ୍ଳକରେ ପହଂଚିଥିବା ଏହି ପ୍ରତିନିଧି ଦଳ ପ୍ରଥମେ ସାରୁ ପଂଚାୟତ ଯାଇଥିଲେ । ସେଠାରେ ଆଦର୍ଶ ପଂଚାୟତ ଅଫିସ, ଅତ୍ୟାଧୁନିକ ଲାଇବ୍ରେରୀ, ଗୋରୁ ଗୁହାଳ, ୫ଟି ରୂପାନ୍ତରିକରଣ ହାଇସ୍କୁଲ ବୁଲି ଦେଖିଥିଲେ । ସାରୁ ସରପଂଚ ନୀଳାଂଚଳ ସାହୁ, ପଂଚାୟତ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେଠାରୁ ପ୍ରତିନିଧ ମଣ୍ଡଳୀ ଶାସନଆମ୍ବଗାଁ ପଂଚାୟତରେ ପହଂଚି ସ୍ୱଚ୍ଛ ଭାରତ ମିଶନ ଜରିଆରେ ନିର୍ମିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏମସିସି ଓ ଏମଆରଏଫ କେନ୍ଦ୍ର, ମିଶନ ଶକ୍ତିଗୃହ, ଆଦର୍ଶ ପୋଖରୀ ଓ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ରକୁ ବୁଲି ଦେଖିଥିଲେ । ଶାସନଆମ୍ବଗାଁ ସରପଂଚ ଦନାର୍ଦନ ସେଠି ଓ ପଂଚାୟତ ପ୍ରତିନିଧିଙ୍କ ସହ ଏବିଡ଼ିଓ ଅରୁଣ କୁମାର ପ୍ରଧାନ ଓ ଏପିଓ ମଧୁସୂଦନ ପ୍ରଧାନ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.