ଅଣ୍ଟାର ବେଲ୍ଟ ବେକରେ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି, ୨୩/୮, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୁଗାନକେତା ଗ୍ରାମର ଜଣେ ଯୁବକ ଗତ କାଲି ଅପରାହ୍ନରେ ଏକ କୁଡ଼ିଆରେ ବେକରେ ବେଲ୍ଟ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ସୁଗାନକେତା ଗ୍ରାମର ଲନ୍ଦ ପ୍ରଧାନ ଙ୍କ ପୁଅ ହରିଗୋବିନ୍ଦ ପ୍ରଧାନ (୨୦) ବୋଲି ଜଣାପଡିଛି। ଏ ନେଇ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ୭/୨୨ରେ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ସୂଚନାଅନୁଯାୟୀ, ହରିଗୋବିନ୍ଦ ତାର ପାଠ ପଢ଼ା ପାଇଁ ବାପାଙ୍କୁ ପଇସା ଦରକାର ଥିବା କହିଥିଲା । ହେଲେ ଚାଷ କାମରେ ଅର୍ଥ ଖର୍ଚ୍ଚ ହୋଇଥିବାରୁ ବାପା ପଇସା ଏତେ ଦେବା ପାଇଁ ଅସମର୍ଥ ଥିବା ପୁଅକୁ କହିଥିଲେ ।ଏହି କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବାପା ଆଶଙ୍କା କରିଥିବା ସୂଚନା ରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.