ଦେଶବ୍ୟାପୀ ଏଡ୍ସ ନିୟନ୍ତ୍ରଣ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ


ଫୁଲବାଣୀ : ସମଗ୍ର ଦେଶରେ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ କର୍ମଚାରୀ ମାନେ ସେମାନଙ୍କୁ ଦରମା ବୃଦ୍ଧି କରାଯାଇ ନଥିବା ଅହେତୁକ ବିଳମ୍ବ ଏବଂ ଉପେକ୍ଷା ବିରୋଧରେ ୨୨/୮/୨୨ ତାରିଖ ଦିନ ଦେଶବ୍ୟାପୀ ବିରୋଧ ବିରୋଧ ପ୍ରଦର୍ଶନ କରିବା ପାଇଁନିଷ୍ପତ୍ତି ଗ୍ରହଣ କରିଥିଲେ। ଦୁରାରୋଗ୍ୟ ଏଡ୍ସ ରୋଗରେ ପୀଡିତ ରୋଗୀ ମାନଙ୍କୁ ଉତ୍କୃଷ୍ଟ ସେଵା ପ୍ରଦାନ କରି ଏହି ରୋଗର ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କର୍ମଚାରୀ ମାନଙ୍କ ବହୁ ପ୍ରତୀକ୍ଷିତ ନାର୍ଯ୍ୟ ବେତନ ବୃଦ୍ଧି ବର୍ଷ ୨୦୧୭ ରୁ ପ୍ରାପ୍ୟ ହୋଇ ଥିଲେ ମଧ୍ୟ ଏହାକୁ ଜାଣି ଶୁଣି ଅହେତୁକ ବିଳମ୍ବ କରାଗଲା କର୍ମଚାରୀ ମାନଙ୍କର ଅନେକବାର ଅନୁରୋଧ ପରେ ୩/୮/୨୦୨୨ କାର୍ଯ୍ୟଳୟ ଘୋଷଣା ପତ୍ର ୧୧୦୧୧ ରେ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ଚଞ୍ଚକତା କରି ଦୀର୍ଘଦିନ ଧରି ନିଷ୍ଠୁର ସହିତ କାର୍ଯ୍ୟରତ ବରିଷ୍ଠ କର୍ମୀଙ୍କର ପ୍ରାପ୍ୟ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରି ନାହାନ୍ତି।ପରନ୍ତୁ ସେମାନଙ୍କ ମାନସିକ ସାମାଜିକ ଏବଂ ଆର୍ଥିକ ସନ୍ତୁଳନକୁ ଅସ୍ତିର କରିବା ପାଇଁ ଚେଷ୍ଟା କରିଛନ୍ତି।ପାତର ଅନ୍ତର ର ସ୍ତର ଏତେ ନୀଚ ଯେ ସେଠାରେ କାର୍ଯ୍ୟରତ ଡକ୍ଟର ମାନଙ୍କ ଦରମା ଦୁଇ ଗୁଣା କଲା ପରେ ମଧ୍ୟ ତୃଣମୂଳ ସ୍ତରରେ ସେବା ପ୍ରଦାନ କରୁଥିବା କର୍ମଚାରୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ।ରାଜ୍ୟ ସଙ୍ଘ ମଧ୍ୟ ଏହି ବିରୋଧ ପ୍ରଦର୍ଶନ ରେ ସାମିଲ ରହି ଜିଲ୍ଲା ମୁଖ୍ୟାଳୟ, ରାଜ୍ୟ ମୁଖ୍ୟାଳୟ ବିରୋଧ ତଥା ଦାବିପତ୍ର ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ,ଏନ ଏଚ ଏମ କାର୍ଯ୍ୟକ୍ରମ ଠାରୁ ବହୁ ପୁରାତନ କାର୍ଯ୍ୟକ୍ରମ ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଏହି କର୍ମଚାରୀ ମାନେ ଏନ ଏଚ ଏମ କର୍ମଚାରୀ ମାନେ ପ୍ରାପ୍ତ ହେଉଥିବା ଇପିଏଫ,ପିଆଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବରିଷ୍ଠ ଭତ୍ତା ଇତ୍ୟାଦିକୁ ସମସ୍ତେ ଉପେକ୍ଷିତ ଅଟନ୍ତି। ତେଣୁ ଏମାନଙ୍କ ଦୁରାବସ୍ଥା କୁ ସହୃଦୟର ସହିତ ବିଚାର କରି ବେତନ ବୃଦ୍ଧି,ନନମେଡିକେ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ଗୁରୁତ୍ୱ ର ସହ ବିଚାର କରିବାର ସମୟ ଆସିଛି ।ଜାତୀୟ ସଂଘର ହେବାକୁ ଥିବା ଆଲୋଚନା ବିଫଳ ହେଲେ ସଂଘ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଦିଲ୍ଲୀ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇ ଥିବାର ରାଜ୍ୟ ସଂଘ ତରଫରୁ ଘୋଷଣା କରାଯାଇଛି। ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ପାଇଁ ସଂଘର ରାଜ୍ୟ ସଭାପତି ସତୀଶ ବିଶ୍ବାଳ ଉଭୟ ସରକାରଙ୍କ ଠାରେ ଅନୁରୋଧ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.