ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ପରିବାରର ୫ ଜଣ ଥାନାରେ ଅଟକ

ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ହତ୍ୟାକାଣ୍ଡ। କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ। ମୃତ ହୃଦାନନ୍ଦଙ୍କ ରକ୍ତାକ୍ତ ମୃତ ଦେହ ତାଙ୍କର ଅର୍ଦ୍ଧନିର୍ମିତ ଘର ମଧ୍ୟରେ ପଡିଥିବା ଅବସ୍ଥାରେ ଦେଖିବା ପରେ ପରିବାର ପକ୍ଷରୁ ପୋଲିସ କୁ ସୂଚନା ଦିଆଯାଇଥିଲା ।

ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଛନ୍ତି। ମୃତଦେହ ନିକଟରୁ ପୋଲିସ ଏକ ରକ୍ତ ଲଗା ଟାଙ୍ଗିଆ ଜବତ କରିଛନ୍ତି । ଦେବଗଡ ଏସପି ପ୍ରମୋଦ ରଥ, ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି । ମୃତ ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ସନ୍ଦେହରେ ପୋଲିସ ପକ୍ଷରୁ ପରିବାରର ପାଞ୍ଚ ଜଣ ସଦସ୍ୟ ସଦସ୍ୟାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.