ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ବର: ମୋହନ ମାଝିଙ୍କୁ ମିଳିଲା ନୁଆ ଦାୟିତ୍ୱ । ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଛି ନୂଆ ଦାୟିତ୍ୱ । ବିଧାନସଭା ପବ୍ଲିକ୍ ଆକାଊଣ୍ଟସ୍ କମିଟିର ଅଧ୍ୟକ୍ଷ ଭାବେ ମୋହନ ମାଝିଙ୍କୁ ନିଯୁକ୍ତି ମିଳିଛି । ମୋହନ ଚରଣ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।

ଓଡ଼ିଶା ବିଧାନ ସଭାରେ ସେ ଜଣେ ସଭ୍ୟ ଭାବରେ କାର‌୍ୟ୍ୟ କରୁଛନ୍ତି । ୨୦୦୦, ୨୦୦୯ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

nis-ad
Leave A Reply

Your email address will not be published.