ନକଲି ଫେସବୁକ ଏକାଉଣ୍ଟ ଖୋଲି ମହିଳାଙ୍କୁ ବ୍ଲାକମେଲିଙ୍ଗ : ସାଇବର ଥାନା ଦ୍ଵାରା ବନ୍ଧା ହେଲା ଅଭିଯୁକ୍ତ…

ବ୍ରହ୍ମପୁର : ଜୈନିକ ମହିଳାଙ୍କ ନାମରେ ନକଲି ଫେସବୁକ ଏକାଉଣ୍ଟ ଖୋଲି ଆପତ୍ତି ଜନକ ସନ୍ଦେଶ ପଠାଇ ବନ୍ଧା ହେଲେ ଯୁବକ। ସୂଚନା ଥାଉକି ଅନନ୍ତ ନଗରର ଜନୈକା ବିବାହିତ ମହିଳାଙ୍କ ନକଲି ଫେସ୍ ବୁକ୍ ଏକାଉଣ୍ଟ ମାଧ୍ୟମରେ କେହି ଜଣେ ଦୁର୍ବୃତ ଆପତିଜନକ ସନ୍ଦେଶ ପ୍ରେରଣ କରିଥିବା ନେଇ ଗତ ମେ ମାସ ୧୫ତାରିଖରେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ । -ସାଇବର୍ ଥାନା ପୋଲିସ ଏହି ଫେସବୁକ୍ଏ

କାଉଣ୍ଟ କୁ ତର୍ଜମା କରିବା ସହ ବିଭିନ୍ନ ଦିଗରୁ ତଦନ୍ତ କରିଥିଲା । ଏହି ସଂକ୍ରାନ୍ତରେ ପୋଲିସ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ପୋଷ୍ଟ ଅଫିସ୍ ସାହିର ଅଭିଯୁକ୍ତ ଆଶିଷ ପାଢ଼ୀକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଥାଉକି ଉକ୍ତି ମହିଳା ଓ ତାଙ୍କ ପରିବାରସହ ଅଭିଯୁକ୍ତ ର ଭଲ ସଂପର୍କ ରହିଥିଲା । ତାଙ୍କ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ସଂପର୍କ ରହିଥିବା ବେଳେ ଏହାକୁ ନଷ୍ଟ ଏବଂ ବିଗାଡ଼ିବା ପାଇଁ ଉକ୍ତ ମହିଳାଙ୍କ ନାମରେ ନକଲି ଫେସ୍‌ବୁକ୍ ଆଇଡ଼ି କରି ଅପ୍ରତିକର ସନ୍ଦେଶ ଗୁଡ଼ିକ ପ୍ରେରଣ କରୁଥିଲା । ସେ ମୟୁରୀ ଟାୱାର ଠାରେ ଥିବା ଏକ ସାଇବର୍ କ୍ୟାଫ୍‌କୁ ନିୟମିତ ଯିବା ସହ ସେଠାରେ କମ୍ପ୍ୟୁଟର ମାଧ୍ୟମରେ ଉକ୍ତ ନକଲି ଫେସ୍‌ବୁକ୍ ଆଇଡ଼ିରୁ ସମସ୍ତଙ୍କୁ ଅଶ୍ଳୀଳ ଏବଂ ଅପ୍ରିତିକର ସନ୍ଦେଶ ପ୍ରେରଣ କରୁଥିଲା । ଅଭିଯୋଗକୁ ଭିତି କରି ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଆଶିଷ ପାଢ଼ୀ ଏହି ଅପରାଧରେ ଜଡ଼ିତ ଥିବା ଜାଣିବାକୁ ପାଇଥିଲା । ଆଜି ସାଇବର୍ ଥାନା ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିôବା ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଆଶିଷ ପାଢ଼ୀ ଏଭଳି ନକଲି ଫେସବୁକ୍ ଆଇଡ଼ି ମାଧ୍ୟମରେ ଯୁବତୀ ମାନଙ୍କୁ ସନ୍ଦେଶ ପ୍ରେରଣ କରୁଥିବା କଟକ କ୍ରାଇମବ୍ରାଞ୍ଚ ରେ ୨୦୧୭ ମସିହାରୁ ଅଭିଯୋଗ ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି ।ଏହାକୁ ନେଇ ପୋଲିସ ଅଭିଯୁକ୍ତ ସହ ମୋବାଇଲ୍ ଓ ସାଇବର୍ କ୍ୟାଫର ଦୁଇଟି କମ୍ପ୍ୟୁଟରକୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.