ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି। ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।

ଖବର ଅନୁସାରେ କଲିକତାର ଜଣେ ଆଇନ ଛାତ୍ର ମାସୁଦ୍ ହୁସେନଙ୍କର ଆଟେଣ୍ଡାନ୍ସ ସାର୍ଟିଫିକେଟ କରିଦେବା ପାଇଁ ଉତ୍ତମ ରାଉତ ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିଲେ।

ଏହି ସମୟରେ ପୁର୍ବ ଯୋଜନା ମୁତାବକ ଧରିଥିଲା ଭିଜିଲାନ୍ସର ସ୍ପେଶାଲ ଟିମ୍ । ବର୍ତ୍ତମାନ ଉତ୍ତମଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରାଯାଉଛି। ଏହା ସହିତ ଏହି ଘଟଣାରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି ।

nis-ad
Leave A Reply

Your email address will not be published.