୧୩ଫୁଟର ଅଜଗର ଉଦ୍ଧାର

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଷ୍ଟାଫ କୁୱାଟର ପଛ ପଟୁ ଗଲାକାଲି ବିଳମ୍ବିତ ରାତି ଦଶ ଘଟିକା ସମୟରେ ଏକ ବିରାଟ ସାପ ଘର ପଛ ପଟୁ ଘର ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ କର୍ମଚାରୀ । ରହୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିଲେ ତତ କ୍ଷଣାତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ l କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ସାପ ଧରାଳି ଚିତ୍ରକୋଣ୍ଡା ନିକଟସ୍ଥ ବେନିଆଗୁଡାର ମାଧବ କୁଶପାରିଆଙ୍କୁ ଜଣାଇ ଥିଲେ l ମାଧବ ୧୩ ଫୁଟର ୧୨କେଜି ବିଶିଷ୍ଟ ଅଜଗର ସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା l ସାପ ଟିକୁ ଉଦ୍ଧାର କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା l

nis-ad
Leave A Reply

Your email address will not be published.