ଫିରିଙ୍ଗିଆରେ ଗୁଳିକାଣ୍ଡ, ଦୁଇ ଗୁରୁତର: ବଳଦ କିଣା ବିକାକୁ ନେଇ ଗୁଳି ମାଡ଼…

ଆଦିତ୍ୟ ତ୍ରିପାଠୀ // ଜିଲ୍ଲା ପ୍ରତିନିଧି ଫୁଲବାଣୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି lଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ବିଲୁ ପଦର ଗ୍ରାମରେ ଘଟିଛି ଏହି ଗୁଳି କାଣ୍ଡ l ଯାହା ସୂଚନା ରହିଛି ଗୁଳିମାଡ଼ ହୋଇଥିବl ପ୍ରଭାସିନି ସାହାଣୀଙ୍କଠୁ ଚାରୋଟି ବଳଦ କିଣି ନେଇଥିଲା l କିଛି ଦିନ ବିତିଗଲା ପରେ ମଧ୍ୟ ପ୍ରଭାସିନିଙ୍କୁ

ପଇସାନ ମିଳିବାରୁ l ଗୁଳି କରିଥିବା ବ୍ୟକ୍ତିଙ୍କ ବାଇକ୍ ରଖି ଦେଇଥିଲା l ଆଜି ୪ଟା ସମୟରେ ବଳଦ କିଣି ନେଇଥିବା ବ୍ୟକ୍ତି ବଳଦ ବିକି ଥିବା ପରିବାର ଘର କୁ ଆସି ପ୍ରଭାସିନି ଓ ନାବାଳକ ପୁଅ ଘରେ ଥିବା ସମୟରେ ପ୍ରଭାସିନି ଓ ନାବାଳକ ସବାଜନଙ୍କୁ ଗୁଳି ମାଡ଼ କରିଥିଲେ l ପୁଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଗୁରୁତରଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ଉଭୟଙ୍କ ଜଙ୍ଘରେ ଗୁଳି ଥିବାରୁ ଫୁଲବାଣୀ ଡାକ୍ତର ପରାମର୍ଶ କ୍ରମେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ରେଫର କରାଯାଇଛି l ଗୁଳିମାଡ଼ କରିଥିବା ପରିବାର ଲୋକେ ଫେରାର୍ ଅଛନ୍ତି ଫିରିଙ୍ଗିଆ ପୋଲିସ ମାମାଲା ରୁଜୁ କରି ତଦନ୍ତ ଚଳାଇଛି l

nis-ad
Leave A Reply

Your email address will not be published.