ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ହଲ ଠାରେ ଦିବା ୧୧ ଘଣ୍ଟl ସମୟରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଆସିଥିବା ଅତିଥି ମାନେ ଜଗନ୍ନlଥଙ୍କ ପାଖରେ ଦ୍ୱୀପ ପ୍ରଜ୍ୱଳନ୍ନ କରି ଭାଷଣ ଆରମ୍ଭ କରିଥିଲେ l ଉପସ୍ଥିତ ଥିବା ଅତିଥି ମାନଙ୍କ ଭିତରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ , ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା ,OSRTC ଷ୍ଟାପ ଫେଡେରେସନ୍ ସଭାପତି ତଥା କଟକ ଚୌଦ୍ୱାର ପୂର୍ବତନ ବିଧ୍ୟାୟକ ଡ.ପ୍ରଭାତ ରଞ୍ଜନ ବିଶ୍ଵାଳ, ଅଲ ଓଡ଼ିଶା ଷ୍ଟାପ ଫେଡେରେସନ୍ ଏସୋସିଏସନ ସମ୍ପାଦକ OSRTC ବ୍ରଜକିଶୋର ପଣ୍ଡା, ବ୍ରହ୍ମପୁର ମହାନଗର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଡେପୁଟି ମେୟର ଇ ବିବେକ ରେଡ୍ଡୀ, ଉପଦେଷ୍ଟା ସଞ୍ଜିତ ପାଣିଗ୍ରାହୀ, ୱାର୍କିଙ୍ଗ ସଭାପତି ବାବୁଲା ପ୍ରଧାନ ମଞ୍ଚାସିନ ଥିଲେ l ମୁଖ୍ୟମନ୍ତ୍ରୀଙ୍କ ଅବଦାନରେ ଆଜି OSRTC ସଡ଼କ ପରିବହନ ସଂସ୍ଥାକୁ ୩୦ କୋଟି ଟଙ୍କା ଦେଇ ଉନ୍ନତ ମାନର ଯାତ୍ରୀସେବା ଯୋଗାଇ ଦେଇଛନ୍ତି । ବ୍ରହ୍ମପୁର ଏହି OSRTC ଶାଖକୁ ଦୂର ଦୂରାନ୍ତକୁ ଯାତ୍ରୀ ଗମନାଗମନ କରିବାପାଇଁ ସାଂସଦ ଚନ୍ଦ୍ରଶେଖର ସାହୁ ବାରମ୍ବାର ଚେଷ୍ଟା ପ୍ରଚେଷ୍ଟା କରି ORT ଅମଳରୁ ବ୍ରହ୍ମପୁରରେ ଏହି ଜୁନକୁ ଅବସ୍ଥାପିତ କରିଛନ୍ତି | ବିଧାୟକ ବିକ୍ରମ କୁମାର ପଣ୍ଡା କୋଭିଡ଼ ସମୟରେ ଦୁଦ୍ଦିନ ଅବସ୍ଥାରେ ଆମେ ଭୋକ ଉପାସରେ ଜୀବନ ବିତାଉଥିବା ବେଳେ ଦେବଦୂତ ସାଜି ଆମ ପାଖରେ ଠିଆହୋଇ ଏକ ଶହରୁ ଉର୍ଦ୍ଧ ବସ୍ତା ଖାଦ୍ୟ ଆମକୁ ଯୋଗାଇ ଦେଇଥିଲେ ଓ ଆମର ଜଣେ କର୍ମଚାରୀଙ୍କ ସ୍ତ୍ରୀ ରୋଗୀଣ ଅବସ୍ଥାରେ କାଟୁଥିବାବେଳେ ମାନ୍ୟବର ବିଧାୟକଙ୍କ ତତ୍ତ୍ଵାବଧାନରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ମାଧ୍ୟମରେ ତାଙ୍କର ସ୍ତ୍ରୀଙ୍କର ଉତ୍ତମ ସେବାକରି ଜୀବନ ବଞ୍ଚାଇ ପାରିଲେ । ବିଧାୟକ ବିକ୍ରମ କୁମାର ପଣ୍ଡା ବାରମ୍ବାର ଆମର OSRTC C.M.P ) ଓ ଟ୍ରାନ୍ସଫର ମିନିଷ୍ଟରଙ୍କ ସହ ସାକ୍ଷାତ କରି ଆମର ଅଭିଯୋଗ ଆଗକୁ ବଢ଼ିବା ଜାରି ରଖିଛନ୍ତି । ପୂର୍ବତନ ବିଧାୟକ ଡ . ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ବରେ ସେ ବିଧ୍ୟାୟକ ଥିବା ସମୟରେ ବହୁତ ଗୁଡିଏ ଜନାଭିମୁଖୀ କାର୍ଯ୍ୟମାନ କରିଛନ୍ତି ଓ ସେ ଏମ୍.ଏଲ୍‌.ଏ ଥିବା ସମୟରେ ଆମ OSRTC ପାଇଁ ପାଞ୍ଚକୋଟି ଟଙ୍କାର ବଜେଟ୍ ରଖୁଥିଲେ ଯାହାକି ଆଜିର ଦିନରେ ୩୦ କୋଟି ଟଙ୍କାର ବିଜେଟ ହୋଇଥିବାରୁ ନୂତନ ବସସେବା ଜନସାଧାରଣ ପାଇପାରିଛନ୍ତି l
ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଦୀର୍ଘ ୨୦ ବର୍ଷ ବିଧାୟକ ପଦରେ ରହି ବ୍ରହ୍ମପୁର ବାସୀଙ୍କୁ ସମସ୍ତ ସୁଖଦୁଃଖରେ ଭାଗୀ ରହି ତାଙ୍କରି ପାଖକୁ ଯିଏ ଯେତେବେଳେ ପହଞ୍ଚିଛନ୍ତି ସେ ଖାଲି ହାତରେ ଫେରିନାହାଁନ୍ତି । ବର୍ତ୍ତମାନ ମଧ୍ୟ ନବୀନ ବାବୁଙ୍କର ପ୍ରିୟପାତ୍ର ହୋଇ ରହି ଆସିଛନ୍ତି । OSRTC ଷ୍ଟାଫ୍ ମାନେ ଯେତେବେଳେ ଯାହା କାର୍ଯ୍ୟ କରିବାପାଇଁ ପହଞ୍ଚିଛୁ ସିଏ ସବୁବେଳେ ଆମ ପାଖେ ପାଖେ ରହି ଆସିଛନ୍ତି । ଆମର OSRTC ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବ ମହୋଦୟ ଏବଂ ଆମର ସାଂସଦ , ମନ୍ତ୍ରୀ , ବିଧାୟକଙ୍କ ମନୋବଳ ଯୋଗୁଁ ଆଜି ଆମେ ସମସ୍ତେ ଆମ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ନୂତନ ବସ୍ ଚଳାଇ ପାରୁଅଛୁ । ନିବେଦନ ୩୨ ବର୍ଷଧରି ଆମେ ଦୀନ ମଜୁରିଆ ହିସାବରେ କଣ୍ଡକ୍ଟର ୩୭୦ / -ଟଙ୍କା , ଡ୍ରାଇଭର ୪୩୩ / ଟଙ୍କା , ମେକାନିକ୍ ୩୦୦ / – ଟଙ୍କା ପାଇ ବଡ଼ ଦୁର୍ଦ୍ଦିନରେ ଦୀନ କାଟୁଅଛୁ ଯାହା ଫଳରେ ମହଙ୍ଗା ଦୁନିଆରେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟସାଧ୍ୟ ହୋଇ ପଡ଼ୁଅଛି । ସ୍ୱାସ୍ଥ୍ୟ ଭଳି ସମସ୍ୟା ନେଇ ପିଲାଙ୍କ ଠାରୁ ବାପା , ମା ’ ପର୍ଯ୍ୟନ୍ତ ସମସ୍ୟାକୁ ତୁଲାଇ ପାରୁନାହୁଁ l ଏଣୁ ମଞ୍ଚାସୀନ ଅତିଥି ବୃନ୍ଦଙ୍କୁ ମୋର ୧୧୦୦ ( ଏଗାର ଶହ ) ଓ ୩୦୦ ଛଟେଇ କର୍ମଚାରୀଙ୍କ ଦୁଃଖକୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଜରିଆରେ ଏହି ବାର୍ତ୍ତାକୁ ଉପସ୍ଥାପନା କରିବା ପାଇଁ ନିବେଦନ । ପ୍ରଥମ ଦାବୀ – କର୍ମଚାରୀଙ୍କୁ ନିୟମିତ କରିବାକୁ ଅନୁରୋଧ l ଦ୍ଵିତୀୟ ଦାବୀ – ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ l ତୃତୀୟ ଦାବୀ – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଠିକା କର୍ମଚାରୀ ପ୍ରଥା ଉଚ୍ଛେଦ କରି OSRTC କର୍ମଚାରୀମାନଙ୍କୁ Incial Appointment କରି 7th Pay ହାରରେ ଦରମା ଦେବାପାଇଁ ଅନୁରୋଧ l ଚତୁର୍ଥ ଦାବୀ – ସଂସ୍ଥାର କର୍ମଚାରୀମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଭାଇମାନଙ୍କୁ ଯେଉଁ ଶାଖାରେ କର୍ମ ନିଯୁକ୍ତି ଥିବାଭଳି ଯାଗାକୁ ସ୍ଥାନାନ୍ତରିତ କରାଯାଉ l ୧୧୦୦ ଶହ କର୍ମଚାରୀଙ୍କ ଦୁଃଖ ଦୁର୍ଦ୍ଦିନ କାଳାତିପାତ କରୁଥିବା ବାର୍ତ୍ତାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଓ 5T ସଚିବଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବେ ବୋଲି OSRTC ଷ୍ଟାଫ ମାନେ ନିବେଦନ କରିଛନ୍ତି l

nis-ad
Leave A Reply

Your email address will not be published.