ଆସନ୍ତା ୨୫ ଓ ୨୬ ରେ  ଗଞ୍ଜାମରେ ପେନସନ ଅଦାଲତ

ଛତ୍ରପୁର (୨୧/.୦୮) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ  ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଛତ୍ରପୁର ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ଓ ଆସନ୍ତା ମାସରେ ଅବସର ନେବାକୁ ଥିବା କର୍ମଚାରୀମାନଙ୍କ ପାଇଁ ଏକ ପେନସନ ଅଦାଲତ ଅନୁଷ୍ଠିତ ହେବ l ଏହି ପେନସନ ଅଦାଲତରେ  ପ୍ରଧାନ ମହାଲେଖାକାର (ଏ.ଜି )ର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ନେବେ l ଇତି ମଧ୍ୟରେ ଗଞ୍ଜାମ ଜିଲ୍ଲାର ପେନସନ ମଂଜୁର କର୍ତ୍ତା ଓ ପେନସନରମାନଙ୍କୁ ଆବଶ୍ୟକ ପେନସନ କାଗଜପତ୍ର ସହ ଉପସ୍ଥିତ ରହିବାକୁ ମୋବାଇଲ ବାର୍ତ୍ତା ମାଧ୍ୟମରେ 
ଅନୁରୋଧ କରାଯାଇଅଛି l ଏହି ଅଦାଲତ ଦିନ ୧୦ ରୁ ଅପରାହ୍ନ ୫ ଘଟିକା ପ୍ରଯ୍ୟନ୍ତ ଚାଲୁ ରହିବ l ଗଞ୍ଜାମ ଜିଲ୍ଲାର ସମସ୍ତ ପେନସନ ମଂଜୁର କର୍ତ୍ତାମାନ ଅବସରପ୍ରାପ୍ତ କର୍ମଚାରୀ ଯେଉଁମାନଙ୍କର ପେନସନ ଆବେଦନପତ୍ର ଏ.ଜି କାର୍ଯ୍ୟାଳୟକୁ ପଠା ଯାଇପାରିନାହିଁ କିମ୍ବା ଅନ୍ୟ କାରଣରୁ ପେନସନ ମଂଜୁର ହୋଇପାରିନାହିଁ ସେମାନଙ୍କର କାଗଜପତ୍ର ଏହି ଅଦାଲତରେ ଉପସ୍ଥାପନ କରିବାକୁ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି l ଯାହାଫଳରେ ସେମାନଙ୍କର ପେନସନ ମଂଜୁର କରାଯାଇ ପାରିବ l  ଶ୍ରୀରାଜ ଅଶୋକ, ବରିଷ୍ଠ ଉପ ମହାଲେଖାକାର, ସୁଶ୍ରୀ ଏସ. ଅରୁଣା ଉପ ମହାଲେଖାକାର (ପେନସନ),  ପି. ଅଶୋକାନ ଉପ ମହାଲେଖାକାର (ଭବିଷ୍ୟନିଧି ) ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିବେ ସମସ୍ତ ପେନସନ ସମସ୍ୟା ଗୁଡ଼ିକର ସମାଧାନ କରିବେ l ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ପେନସନ ଅଦାଲତକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l

nis-ad
Leave A Reply

Your email address will not be published.