ଦାରିଙ୍ଗବାଡ଼ି (୨୧/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ ସାମନବାଡ଼ି ନିକଟ ପୋଲକୁ ସଂଯୋଗ କରୁଥିବା ରାସ୍ତା ଧୋଇ ହୋଇଯାଇଛି, ଏହା ସହିତ ୠଷିମାଳ ଯାଉଥିବା ତାମାଙ୍ଗି ରାସ୍ତର ମାଟି ଅତଡା ଖସି ଗମନା ଗମନରେ ବାଧା ଉପୁଜିବା ଆଶଙ୍କା କରାଯାଉଛି। ସେହିପରି ଉକ୍ତ ବ୍ଳକର ସିମନବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ମୁରୁଡ଼ିକୁପୁଡ଼ା ନିକଟରେ ଏକ ଡାଇଭର୍ସନ ରାସ୍ତା ଉପରେ ୪ଫୁଟ୍ର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଠପ୍ ହୋଇଯାଇଛି। ଉକ୍ତ ରାସ୍ତା ଗତ ରବିବାର ଧୋଇହୋଇ ଯାଇଥିବା ବେଳେ ତାକୁ ବୁଧବାର ମରାମତି ପରେ ଯାତାୟତ ସ୍ବଭାବିକ ହୋଇଥିଲା। ହେଲେ ଦୁଇଦିନର ଲଗାଣ ବର୍ଷା କାରଣରୁ ଉକ୍ତ ରାସ୍ତା ଉପରେ ବର୍ଷା ଜଳ ୪ଫୁଟ୍ ଉଚ୍ଚତାରେ ଯାଉଥିବା ବେଳେ ଭଙ୍ଗା ପୋଲ ନିକଟରେ ପ୍ରାୟ ୫୦ଫୁଟ ପାଣି ଜମି ରହିଛି। ସେହପରି ସିମନବାଡ଼ି ଠାରୁ ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟରାଜପଥର ଶ୍ରାନିକେତା ଘାଟିରେ ପାଇନଗଛ ପଡ଼ିବାରୁ ରାସ୍ତାଅବରୋଧ ହୋଇଥିଲା। ଅନ୍ୟପଟେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଧାନ ଚାଷ ସମେତ ପନିପରିବା ଚାଷ ମଧ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.