ଗଂଜାମ ଜିଲା ବିଶ୍ୱକର୍ମା ସମାଜ ମହାଅଧିବେଶନ ନୂତନ କାର୍ଯ୍ୟକାରିଣୀ ଗଠିତ

ହିଂଜିଳିକାଟୁ (୨୧ା୮) : ଗଂଜାମ ଜିଲ୍ଲା ବିଶ୍ୱକର୍ମା ସମାଜର ପ୍ରଥମ ମହା-ଅଧିବେଶନ ହିଂଜିଳିକାଟୁ ନିକଟ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ପୂର୍ବଖଣ୍ଡ ତାଲୁକା ସଭାପତି ତଥା ମହାଅଧିବେଶନ ପରିଚାଳନା କମିଟି ଅଧ୍ୟକ୍ଷ ଅଜୟ କୁମାର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ କୁଳ ସମାଜରେ ଶାନ୍ତିି, ମୈତ୍ରୀ ସ୍ଥାପନ ଓ ଏକତା ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଛି । ସମାଜର ଆର୍ଥିକ ଦୁର୍ବଳ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ ସରକାରୀ ଓ ବେସରକାରୀ ଆର୍ଥିକ ସହାୟତା ଉପରେ ଆଲୋଚନା କରାଯାଇଛି । ଅଧିବେଶନରେ ନୂତନ କାର୍ଯ୍ୟକାରିଣୀ ସର୍ବ ସମ୍ମତ ଭାବେ ମନୋନୀତ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଭାବେ ହିଂଜିଳିକାଟୁର ଅଜୟ କୁମାର ମହାରଣା, କାର୍ଯ୍ୟକାରୀ ସଭାପତି ଭାବେ ବ୍ରହ୍ମପୁରର ଭାଗୀରଥୀ ମହାରଣାଙ୍କୁ ସର୍ବ ସମ୍‌ମତ ଭାବେ ମନୋନୀତ କରାଯାଇଛି । ଉପସଭାପତି- ବିଭୂତି ମହାରଣା(କବିସୂର୍ଯ୍ୟନଗର), ନୀଳାଂଚଳ ମହାରଣା(ଖଲିକୋଟ) ଗୌରାଙ୍ଗ ମହାରଣା ( ସୋରଡ଼ା ନୂଆଁଗଡ) ଲକ୍ଷ୍ମୀ ମହାରଣା (ପାରିକୁଦ ମାଲୁଦ) ଦୁଃଖୀଶ୍ୟାମ ମହାରଣା (ମୁମ୍ବାଇ) ଙ୍କୁ ସର୍ବ ସମ୍ମତ ଭାବେ ମନୋନୀତ କରାଯାଇଛି । ସମ୍ପାଦକ ଭାବେ ବାଲିପଦରର ସୂର୍ଯ୍ୟ ନାରାୟଣ ମହାରଣା, ସଙ୍ଗଠନ ସମ୍ପାଦକ ଭାବେ ହିଂଜିଳିକାଟୁର ସୁଶାନ୍ତ ମହାରଣା ମନୋନୀତ ହୋଇଛନ୍ତି । ସହସମ୍ପାଦକ ଭାବେ ସୀମାଂଚଳ ମହାରଣା (ପୋଲସରା) ଓ ସୀମାଂଚଳ ମହାରଣା (ଆସିକା) କୋଷାଧ୍ୟକ୍ଷ ଭାବେ ଚନ୍ଦ୍ର ଶେଖର ମହାରଣା (ଗଙ୍ଗାପୁର ଶାସନ) ଓ ସହ-କୋଷାଧ୍ୟକ୍ଷ ଈଶ୍ୱର ମହାରଣା (ଆସିକା) ମନୋନୀତ ହୋଇଛନ୍ତି । ଉପଦେଷ୍ଟା ଭାବେ ରାଜେନ୍ଦ୍ର ମହାରଣା (ବାଲିପଦର) , ଦୟାନିଧି ମହାରଣା (କେଶପୁର), ଗଣେଶ ମହାରଣା (ପାରିକୁଦ ମାଲୁଦ) ଓ ପଦ୍ମନାଭ ମହାରଣାଙ୍କୁ (ସୁନ୍ଦରପୁର) ସର୍ବ ସମ୍ମତ ଭାବେ ମନୋନୀତ କରାଯାଇ ସମ୍ମାନିତ କରାଯାଇଥିଲା । ନୂତନ କାର୍ଯ୍ୟକାରୀ କମିଟି ସମୂହ ଶପଥ ପାଠ କରିଥିଲେ । ଅଧିବେଶନରେ ଜିଲାର ବିଭିନ୍ନ ପ୍ରାନ୍ତରୁ କୁଳଭାଇ ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.