କାରରେ ଯାଉଥିଲେ, ପାଣି ସୁଅରେ ଭାସିଯାଇ ଶଳା, ଭିଣୋଇ ମୃତ

ସମ୍ବଲପୁର: ସମ୍ବଲପୁରର କୁଚିଣ୍ଡା ଅଞ୍ଚଳର ଏକ କେନାଲରେ କାର ଭାସିଯାଇଛି। କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ତାପସ ନାୟକ ଏବଂ ତାଙ୍କ ଭିଣୋଇ ପ୍ରତାପ ପଟେଲ ବୋଲି ଜଣାପଡିଛି। ଉଭୟଙ୍କ ଘର ଗୁଣ୍ଡୁରୁଚୁଆଁ ଗାଁ । ଲଗାତର ବର୍ଷା ହେତୁ ସମ୍ବଲପୁରରେ ନଦୀରେ ପ୍ରବଳ ବନ୍ୟା ହେତୁ କୁଚିଣ୍ଡା ସ୍ଥିତ ନାକଟିପାଲ କେନାଲ 2-3 ଫୁଟ ଉଚ୍ଚରେ ପ୍ରବାହିତ ହେଉଥିଲା। ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

ଶନିବାର ସନ୍ଧ୍ୟାରେ କାରଟି କେନାଲ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ଭାସିଯାଇଥିଲା। ଏହି ଘଟଣା ପରେ ଉପସ୍ଥିତ ଲୋକମାନେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଏହା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ତେବେ କାରଟି ଆଜି କେନାଲରୁ ଉଦ୍ଧାର କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ଗାଡି ଭିତରୁ ମିଳିଥିଲା। ଏହି ଦୁଃଖଦ ଘଟଣା ପରେ ସେହି ଅଞ୍ଚଳରେ ଏକ ଶୋକର ଛାୟା ଖେଳାଯାଇଛି।

ମୃତକଙ୍କ ସଂପର୍କୀୟ ସନ୍ତୋଷ ପଟେଲ କହିଛନ୍ତି, ତାପସଙ୍କ ମାମୁଁଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଦଶାହ କାମ ପାଇଁ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ। ତାଙ୍କ ସହ ତାଙ୍କ ଭିଣୋଅ ପ୍ରତାପ ମଧ୍ୟ ଯାଇଥିଲେ। ଗୁଣ୍ଡୁରୁଚୁଆଁ ଫେରୁଥିବା ବେଳେ ନାକଟିପାଲ କେନାଲ ପାରି ହେଉଥିଲେ। ଏହି ସମୟରେ ପାଣି ସୁଅ ରହିଥିଲା। ତେଣୁ ନାଳରେ ଥିବା ବଢି ପାଣି ସୁଅରେ ପଡିଯାଇଥିଲା କାର । ତେଣୁ କାରଟି ଭାସିଥିଲା। ଆଉ କାର ଭିତରେ ଥାଇ ଦୁଇ ଜଣ ପ୍ରାଣ ହରାଇଛନ୍ତି।

nis-ad
Leave A Reply

Your email address will not be published.