ଚାକିରି ନାଁରେ ସାଢେ ୪ ଲକ୍ଷ ଠକେଇ

ବ୍ରହ୍ମପୁର: ଜଣେ ବ୍ୟକ୍ତିଙ୍କ ଦୁଇ ପୁଅଙ୍କୁ ଜାତୀୟସ୍ତରର କମ୍ପାନୀରେ ଚାକିରି ଦେବା ନାଁରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ନେଇଥିବା ଉଦୟନାଥ ସାହୁ ନାମଙ୍କ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ବଡ଼ ବଜାର ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ହର୍ସ ବିହାର ୭ମ ଲାଇନର ଉଦୟନାଥ ସାହୁଙ୍କ ଦୁଇ ପୁଅଙ୍କୁ ରିଲାଏନ୍ସ ଜିଓ ଫାଇବର ଓ ପେଟ୍ରୋକେମିକାଲସ ଇଣ୍ଡିଆରେ ଚାକିରି ଖୋଜୁଥିଲେ ।

ଏହି ସମୟରେ କବିସୂର୍ଯ୍ୟନଗର ବୁଢାମ୍ବ ନିକଟ ଏମ. ଚମ୍ପେଇତପୁରର ପ୍ରଦୀପ କୁମାର ଗୌଡ ଓ ତାଙ୍କ ପତ୍ନୀ ତପସ୍ୱିନୀ ଗୌଡଙ୍କ ସହ ପରିଚିତ ହୋଇଥିଲେ ।

ଉଦୟଙ୍କ ଦୁଇ ପୁଅଙ୍କୁ ଉକ୍ତ କମ୍ପାନୀରେ ଚାକିରି କରାଇ ବେବାକୁ କହି ୨ ବର୍ଷ ପୂର୍ବେ ଉପରୋକ୍ତ ଦମ୍ପତି ସାଢେ ୪ ଲକ୍ଷ ଟଙ୍କା ନେଇଥିଲେ । ଏହା ସହ ଯଦି ୧ ମାସ ଭିତରେ ଚାକିରି ନହୁଏ ତେବେ ସମସ୍ତ ଟଙ୍କା ଫେରାଇ ଦେବେ ବୋଲି ଏହି ଦମ୍ପତି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଉକ୍ତ ସମୟ ଭିତରେ ଉଦୟଙ୍କ ଦୁଇ ପୁଅଙ୍କୁ ଚାକିରି ମିଳିନଥିଲା । ଏ ନେଇ ଉଦୟ ଏହି ଦମ୍ପତିଙ୍କୁ ପଚାରିବା ପରେ ସେମାନେ କରୋନା ମହାମାରୀ ଭଳି ବିଭିନ୍ନ ବାହାନା କରି ଦିନ ଗଡାଇ ଚାଲିଥିଲେ । ଚାକିରି ନମିଳିବାରୁ ଟଙ୍କା ଫେରାଇ ଦେବାକୁ କହିଥିଲେ । ହେଲେ ଟଙ୍କା ନମିଳିବାରୁ ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ବଡବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.