ମାନସିକ ଚାପ ସହିନପାରି ବିଷପାନ କଲେ ଶିକ୍ଷୟିତ୍ରୀ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପ ସହି ନପାରି ଜଣେ ଶିକ୍ଷୟିତ୍ରୀ ବିଷ ପାନ କରିଥିବାର ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଇଂରାଜୀ ବିଭାଗର ସନ୍ତୋଷୀ ବେହେରା। ପ୍ରଧାନ ଶିକ୍ଷକ ବିଜୟ ପାତ୍ରଙ୍କ ମାନସିକ ଚାପ ସହି ନପାରି ଶିକ୍ଷୟିତ୍ରୀ ବିଷପାନ କରିଥିବାର ଅଭିଯୋଗ ହୋଇଛି।

ବିଦ୍ୟାଳୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଶିକ୍ଷୟିତ୍ରୀ ଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ସନ୍ଦେହ ଘରରେ ରହଛି। ଏ ନେଇ ଚିଲିକା ବିଇଓ ଙ୍କୁ ଯୋଗାଯୋଗ କରିବାରୁ ସେ ବର୍ତ୍ତମାନ ବିଦ୍ୟାଳୟରେ ଅଛନ୍ତି ଏବଂ ପ୍ରାଥମିକ ତଦନ୍ତରେ ଅନୁମାନ କରିଛନ୍ତି ଯେ ମାତ୍ରାଧିକ କାର୍ଯ୍ୟ ଚାପ ସମ୍ଭାଳିନପାରି ଜନୈକ ଶିକ୍ଷୟିତ୍ରୀ ଏପରି ପଦକ୍ଷେପ ନେଇଛନ୍ତି। ତେବେ ଏ ନେଇ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।

nis-ad
Leave A Reply

Your email address will not be published.