ଓଁ ଶାନ୍ତି ସେବା ସମିତି ତରଫରୁ ସ୍ୱାଧୀନତା ଦିବସ ପାଳନ

ରାଉରକେଲା : ଓଁ ଶାନ୍ତି ସେବା ସମିତି କଳିଙ୍ଗ ବିହାର ତରଫରୁ ସ୍ୱାଧୀନତାର 75 ବର୍ଷ ପୁତ ଅବସରେ ସମିତିର ସାଧାରଣ ସମ୍ପାଦକ ଶ୍ରୀ ନିତାଇ ଚରଣ ନାୟକଙ୍କ ଆନୁକୂଲ୍ୟରେ ସମିତିର ସଭାପତି ଶ୍ରୀ ଅମୀର ସିଂ ପତାକା ଉତ୍ତଳନ କରିଥିଲେ | ସାଧାରଣ ସମ୍ପାଦକ ଶ୍ରୀ ନିତାଇ ଚରଣ ନାୟକ ତାଙ୍କ ଅଭିଭାଷଣର ମହିଳା ମାନଙ୍କୁ ସନ୍ନମାନ ଦେଇ ଆଜି ଦେଶର ପ୍ରଥମ ନାଗରିକ ଭାବେ ମହାମହିମ ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଅଛନ୍ତି ସେ ପୁଣି ଓଡିଶାରୁ ଏବଂ ଆଦିବାସୀ ମହିଳା | ଓଡିଶା ତଥା ଭାରତ ବର୍ଷ ପାଇଁ ଗର୍ବ ଏବଂ ଗୌରବ | ସେ ସମର୍ଗ ମହିଳା ମାନଙ୍କ ପାଇଁ ଏକ ଉଦାହରଣ. ଆଜିର ଦିନରେ ଦେଶ ଏବଂ ରାଜ୍ୟରେ ମହିଳା ମାନଙ୍କୁ ସଶସ୍ତ୍ରୀକରଣ କରିବା ପାଇଁ ବହୁ ଯୋଜନା ମଧ୍ୟ କରାଯାଇଛି ବିଶେଷକରି ଶିକ୍ଷାଦାନରେ ଛାତ୍ରୀ ମାନେ ଛାତ୍ର ମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି | ସମିତିର ସମସ୍ତ ମହିଳା ମାନଙ୍କୁ ଉଦବୋଧନ ଦେଇ କହିଥିଲେ ପ୍ରତେକ କାମରେ ମହିଳା ମାନଙ୍କ ସହଯୋଗ ନ ରହିଲେ ପୁରୁଷ ମାନେ ଆଗକୁ ଯାଇ ପାରିବେ ନାହିଁ | ପ୍ରତେକ ସଫଳ ପଛରେ ମହିଳା ମାନଙ୍କ ସହଯୋଗ ଥାଏ | ମହିଳା ମାନଙ୍କୁ ସମିତିର ଆଗ ଧାଡିରେ ରହିବାକୁ ପରାମର୍ଶ ଦେଇ ଥିଲେ ଏବଂ ସମିତି କିପରି ଆଗକୁ ବଢ଼ି ବିଭିନ୍ନ କାଯ୍ୟ କ୍ରମ ହାତକୁ ନେଇ ଲୋକଙ୍କ ସେବା କରିପାରିବ ସେ ବିଷୟରେ ମଧ୍ୟ ସୂଚାଇ ଥିଲେ. ସମିତିର ମହିଳା ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଏବଂ ଦେଶାତ୍ମାଙ୍କ ବୋଧ ସଂଗୀତ ପରିବେଷଣ କରାଯଇଥିଲା. ସେଥିରେ ଶ୍ରୀମତୀ ବନାନୀ ଦାସ, ଶ୍ରୀମତୀ ମଲ୍ଲୀକା ଵାଲା, ଶ୍ରୀମତୀ ସ୍ନିଗ୍ଧା ସମନ୍ତରାଇ, ଶ୍ରୀମତୀ ତିତି ସାହୁ, ସୁଶ୍ରୀ ଭାଗ୍ୟଶ୍ରୀ ଜେନା ଓ ଶ୍ରୀ ନକୁଳ ଚରଣ ଜେନା ଭଗନେଇଥିଲେ.ସମିତିର ଉପଦେଷ୍ଟା ଶ୍ରୀ ବିଷ୍ଣୁ ଚରଣ ରାଉତରାୟ ଓ ଶ୍ରୀ ରାମେଶ୍ୱର ଦାଶ ସମିତିର ଉର୍ନତି ଏବଂ ପରସ୍ପର ଭିତରେ ଭାଇ ଚାରା ର ସମ୍ପର୍କ ରଖି ସମିତିକୁ ଆଗକୁ ନବା ପାଇଁ ପରାମର୍ଶ ଦେଇ ଥିଲେ. ଅନ୍ୟ ମାନଙ୍କ ଭିତରେ ଶ୍ରୀ ପି. ସି. ମୁରଲୀ, ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀମତୀ ବବିତା ମହାନ୍ତି, ଶ୍ରୀମତୀ ସୀମା ପ୍ରଧାନ,ଶ୍ରୀ କେ. କେ ବାଗ, ଶ୍ରୀ ସେ. ସି. ରାୟ, ଶ୍ରୀ ରଙ୍ଗାବଲ୍ଲବ କୁଜୁର, ଶ୍ରୀ ବି. ସି. ଆଚାର୍ଯ୍ୟ, ଶ୍ରୀ ଉପେନ୍ଦ୍ର ପଢିଆରି, ଶ୍ରୀ ଧନେଶ୍ୱର ସ୍ୱାଇଁ, ଶ୍ରୀ ଜନ୍ମଜୟ ଶତପଥୀ, ଶ୍ରୀ ଲୋକନାଥ ପ୍ରଧାନ, ଶ୍ରୀ ସୁଧୀରଞ୍ଜନ ସାହୁ,ଶ୍ରୀମତୀ ସୁଦାମଣି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.