୭୬ତମ ସ୍ବାଧୀନତା ଦିବସ ଅବସରରେ ୧୦୦ମିଟର ଲମ୍ବର ତ୍ରିରଙ୍ଗା ଯାତ୍ରା ସହ ଝୁମିଲେ ମାଲକାନଗିରି ବାସୀ

ମାଲକାନଗିରି(୧୫।୮) : ଭାରତର ୭୬ ତମ ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶରେ ସ୍ୱାଧୀନତା ଦିବସର ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ ନିଜ ନିଜ ଘରେ ଜାତୀୟ ପତାକା ‘ତ୍ରିରଙ୍ଗା’ ଉଡ଼ାଇ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି l ତେବେ ଏହି ୭୬ ତମ ସ୍ୱାଧୀନତା ଦିବସ ଅବସରରେ ମାଲକାନଗିରି ବାସୀଙ୍କ ଦ୍ୱାରା ୧୦୦ମିଟର ଲମ୍ବର ତ୍ରିରଙ୍ଗା ପ୍ରସ୍ତୁତ କରି ଏକ ବଡ଼ ଧରଣର ଯାତ୍ରାର ଆୟୋଜନ କରାଯାଇଥିଲା । ଏହି ତ୍ରିରଙ୍ଗା ଯାତ୍ରାରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ପୋଲିସ,ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ, ବିଭିନ୍ନ ରାଜନୈତିକ ଦଳ, ଶିକ୍ଷକ,ଗଣମାଧ୍ୟମ ପ୍ରତିନିଧି ଓ ବିପୁଳ ମାତ୍ରାରେ ମାଲକାନଗିରି ବାସୀ ଯୋଗ ଦେଇଥିଲେ l ଏହି ୧୦୦ ମିଟର ଲମ୍ବ ତ୍ରିରଙ୍ଗା ଯାତ୍ରା ଦେଶଭକ୍ତି ନାରା ଦେଇ ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହର ପରିକ୍ରମା କରିବା ସହ ମାଲକାନଗିରି ମହାବିଦ୍ୟାଳୟ ଠାରେ ସମାପ୍ତ କରାଯାଇଥିଲା l ମାଲକାନଗିରିରେ ଏପରି ୧୦୦ ମିଟର ତ୍ରିରଙ୍ଗା ନେଇ ସହର ପରିକ୍ରମା ପ୍ରଥମ ଥର ପାଇଁ ହୋଇଥିବାରୁ ଏହାକୁ ଦେଖି ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସହ ଆନନ୍ଦର ଲହରି ଖେଳିଯାଇଛି । ସହରବାସୀ ମାନେ ସ୍ବତପ୍ରବୃତ ଭାବେ ଏହି ଯାତ୍ରାରେ ସାମିଲ ହୋଇ
ଦେଶଭକ୍ତିର ପରିଚୟ ଦେଇଥିଲେ l

nis-ad
Leave A Reply

Your email address will not be published.