ସୁନ୍ଦରଗଡ଼ରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

ସୁନ୍ଦରଗଡ଼ (୧୫/୦୮) : ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆଠାରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଦେଶ ତଥା ରାଜ୍ୟର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂଗ୍ରାମୀମାନଙ୍କର ଅବଦାନକୁ ମନ୍ତ୍ରୀ ମନେପକାଇଥିଲେ।

‘‘ଆମ ଦେଶ ଭାରତ ଆଜି ସ୍ୱାଧୀନତାର ୭୫ ବର୍ଷ ଅତିକ୍ରମ କରିଛି। ଏହାକୁ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ଭାବେ ପାଳନ କରୁଛୁ। ସମସ୍ତ ଜନସାଧାରଣଙ୍କ ଉଦ୍ୟମ ଯୋଗୁଁ ସାରା ବିଶ୍ୱରେ ଆମ ଦେଶ ନିଜର ସ୍ୱତନ୍ତ୍ର ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଏହି ୭୫ ବର୍ଷ ଭିତରେ ଓଡ଼ିଶା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ’’, ସ୍ୱାଧୀନତା ଦିବସ ଅବସରରେ ଅଭିବାଦନ ଗ୍ରହଣ କରି ଏହା କହିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ।

nis-ad
Leave A Reply

Your email address will not be published.