ଚିକିଟି ଏନଏସିରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଚିକିଟି : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରି ପର୍ଯ୍ୟନ୍ତ ସବୁଠି ଉଡୁଛି ତ୍ରିରଙ୍ଗା। ଦେଶ ଗାଉଛି ସ୍ୱାଧୀନତାର ଗାଥା। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶ ପ୍ରେମର ଭାବନା ଜାଗ୍ରତ ହୋଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଘରେ ଘରେ ଆଜି ତ୍ରିରଙ୍ଗା ଉଡୁଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ଏନ ଏ ସି ରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଅଧ୍ୟକ୍ଷା ଦୀପା କୁମାରୀ ସାହୁ ପତାକା ଉତ୍ତୋଳନ କରି ଦ୍ୱୀପ ପ୍ରଜ୍ଵଳନ କରିବା ସହ ଶହୀଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଏନ ଏ ସି ଯୁବ ସଭାପତି ରଘୁନନ୍ଦନ ସାହୁ କାଉନସିଲର ପ୍ରତିନିଧି ସନ୍ତୋଷ କୁମାର ସାହୁ ଯୁବ ସାମ୍ବାଦିକ ତ୍ରିପତି ସାହୁ ଅକ୍ଷୟ କୁମାର ସାହୁ ସମସ୍ତ କାଉନସିଲର ଏନ ଏ ସି କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତି ରହି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦିକା ଅମୃତ ମହୋତ୍ସବ ସମ୍ପର୍କରେ ଆଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଚିକିଟି ଏନ ଏ ସି ବିକାଶ ଧାରାକୁ ଜାରି ରଖିବାକୁ ଆହ୍ଵାନ ଦେଇଥିବା ବେଳେ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଚିକିଟି ଏନ ଏ ସି କୁ ସାରା ରାଜ୍ୟରେ ଏକ ନମ୍ବର କରି ଗଢ଼ି ତୋଳିବାକୁ ମତବ୍ୟକ୍ତ କରିଥିଲେ। ପରିଶେଷରେ ଚିକିଟି କରବାଲୁଆ ସ୍ଥିତ ଠାକୁରାଣୀ ମନ୍ଦିର ନିକଟରୁ ଶତାଧିକ ଲୋକଙ୍କ ଉପସ୍ଥିତି ରେ ବନ୍ଦେ ମାତ୍ରଙ୍ଗ ଧ୍ୱନୀରେ ତ୍ରିରଙ୍ଗା ପତାକା ଧରି ପଦଯାତ୍ରାରେ ବାହାରି ବକ୍ସି ବଜାରରେ ଶେଷ କରିଥିଲେ।

nis-ad
Leave A Reply

Your email address will not be published.