୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରୋଡ଼ ସୋ

ଦାରିଙ୍ଗବାଡ଼ି,(୧୫/୮) : ଭାରତ ସରକାରଙ୍କ ନିର୍ଦେଶ କ୍ରମେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଯାଦୀ କା ଅମୃତ ମହୋତ୍ସବ। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ସହିତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରାଯାଇଥିବା ଖବର ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା ବଜାର ପରିକ୍ରମା କରିବା ସାଥେ ସାଥେ ପାଣିଗଣ୍ଡା ଓ ବ୍ରାହ୍ମଣୀଗାଁର ଶତାଧିକ ଯୁବ ଗୋଷ୍ଠୀ ମିଳିତ ଭାବେ ତ୍ରିରଙ୍ଗା ପ୍ରତାକା ଧରି, ଭାରତ ମାତାକି ଜୟ ସ୍ଲୋଗାନ ଦେଇ ମୋଟର ସାଇକେଲ ରାଲିରେ ବଜାର ପରିକ୍ରମା କରିଥିବା ଖବର ହସ୍ତଗତ ହୋଇଛି।

nis-ad
Leave A Reply

Your email address will not be published.