ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଖଲ୍ଲିକୋଟ (୨୭/୮) : ଖଲ୍ଲିକୋଟ ବ୍ଲକ ର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏ ଉପଲକ୍ଷେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦୀର୍ଘ ୭୫ ବର୍ଷ ତଳେ ଭାରତ ବାସୀଙ୍କୁ ମିଳିଥିବା ସ୍ୱାଧୀନତା ର ବହୁ ସୁଫଳ ସାଧାରଣ ଜନତାଙ୍କୁ ମିଳିଥିବା ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ମିତାଞ୍ଜଳୀ ମିଶ୍ର ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅମନ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିକାପଡ଼ା ଗ୍ରାମର ମହିଳା ପାଣି ପମ୍ପ ଚାଳକ ଶ୍ରୀମତୀ ରୁନୁ ପ୍ରଧାନ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରମୋଦ କୁମାର ପଣ୍ଡା ଓ ଖଲ୍ଲିକୋଟ ଅଂଚଳର ବରିଷ୍ଠ ସାମ୍ବାଦିକ ମାଧବ ବେହେରା ଓ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଦଣ୍ଡପାଣି ବେହେରା ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l

nis-ad
Leave A Reply

Your email address will not be published.