ରାଜଧାନୀ ଉପକଣ୍ଠରେ ବନ୍ୟା ଆଶଙ୍କା, ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

ନିଆଳି: ରାଜଧାନୀ ଉପକଣ୍ଠରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଉପକଣ୍ଠ ଦେଇ ପ୍ରବାହିତ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବାଲିପାଟଣା ବ୍ଲକ ଅଚ୍ୟୁତପୁର ଠାରେ କାଜ ସ୍ଥଳରେ ବନ୍ୟା ଜଳ ନିଷ୍କାସିତ ହେଲେ ଧନୁଆରେ ବନ୍ୟା ଆସି ବାଲିପାଟଣା ବ୍ଲକର ୫ ପଞ୍ଚାୟତ ସହ ବାଲିଅନ୍ତାର ୨ଟି ପଞ୍ଚାୟତ ପ୍ରଭାବିତ ହୁଏ ।

ତେବେ, ଏବେ ଏହି ସ୍ଥାନ ଗୁଡ଼ିକର ସ୍ଥିତି କିପରି ରହିଛି । ଏନେଇ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ବାଲିପାଟଣା ବ୍ଳକ ଅଚ୍ୟୁତପୁର ଠାରେ ଭାର୍ଗବୀ ନଦୀ କାଜ ସ୍ଥଳରେ ଜିଲ୍ଲାପାଳ ପହଁଞ୍ଚି ସ୍ଥିତି ପରଖିଛନ୍ତି । ଏହାସହ ବାଲିଅନ୍ତା ଟଙ୍କପାଣି ବ୍ରିଜ ନିକଟରେ କୁଆଖାଇ ନଦୀ ସ୍ଥିତି ଦେଖିଛନ୍ତି । ଉଭୟ ବ୍ଳକ ବାଲିପାଟଣା ଏବଂ ବାଲିଅନ୍ତା ବ୍ଳକର ପ୍ରଶାସନିକ ଅଧିକାରୀଙ୍କୁ ବନ୍ୟା ସ୍ଥିତି ନେଇ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.