ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ମ୍ବାଦିକ ସମ୍ମିଳନୀ

ରାଉରକେଲା : ରାଉରକେଲା ସ୍ଥିତ ସେକ୍ଟର ୫ ପାନ୍ଥନିବାସ ପରିସରରେ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଜେଡ଼ି ତରଫରୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଗତ ୨୦୧୩ ମସିହାରେ ମୂଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝିରିପାଣିର ହମୀରପୁର ଠାରେ କୋଏଲ ନଦୀର ଏକ ସେତୁ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ କରିଥିଲେ। ଏବଂ ଏହି ପରିପ୍ରେକ୍ଷୀରେ ମୂଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଏଲ ନଦୀର ସେତୁ ନିର୍ମାଣ ପାଇଁ ୩୧୩ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବଂ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ ବୋହୂ ଦିନର ଆଶା ପୁରଣ ହୋଇଛି। ସୂଚନାଯୋଗ୍ୟ ଯେ ବିନା ବିସ୍ଥାପନ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ଆମ ସରକାର ୨୦୧୯-୨୦୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। କୋଏଲ ନଦୀର ସୁନ୍ଦରଗଡ଼ ଜିଲ୍ଲାର ହମୀରପୁର ଗ୍ରାମ ନିକଟରେ ଏହି ଯୋଜନାରେ ଏକ ସେତୁ ନିର୍ମାଣ ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୩୧୩ କୋଟି ୧୧ ଲକ୍ଷ ଟଙ୍କା ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଂଜୁର କରିଛନ୍ତି। ପ୍ରକଳ୍ପଟି ୩୦ ମାସ ମଧ୍ୟରେ ସମ୍ପୁର୍ଣ୍ଣ ହେବ। ଏହି ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଶକ୍ତି ନଗର, କୋଏଲ ନଗର,ଝିରିପାଣି,ଜଗଦାଓ ରାଉରକେଲା ଇସ୍ପାତ ନଗରୀ ଜନସାଧାରଣ ଏବଂ ବିଶ୍ରା, ନୁଆ ଗାଁ,ଓ କୁଆଁରମୁଣ୍ଡା ଆଦି ବ୍ଲକର ସମସ୍ତ ଜନସାଧାରଣଙ୍କୁ ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପାନୀୟ ଜଳ ମିଳିବ। ଏହି ପ୍ରକଳ୍ପ ଦ୍ବାରା ତିନି ନିର୍ବାଚନ ମଣ୍ଡଳୀ ତଥା ରାଉରକେଲା, ରଘୁନାଥ ପାଲ୍ଲୀ ଏବଂ ଵିରମିତ୍ରପୁର ନିର୍ବାଚନ ମଣ୍ଡଳୀ ଜନ ସାଧାରଣ ଉପକୃତ ହେବେ। ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏବଂ ରାଉରକେଲା ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.