ସ୍ୱାଭିମାନ ଅଞ୍ଚଳରେ ଆଜାଦିକା ଅମୃତ ମହୋତ୍ସବ ରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା

ଚିତ୍ରକୋଣ୍ଡା:(୧୪/୦୮) : ଯେଉଁଠିଦିନେ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ମାଓବାଦୀ ଙ୍କ ଗଡ଼ ରୂପେ ପରିଚିତ ଥିଲା l ଲାଲବାହିନୀର ବିନା ଇସାରାରେ ପତ୍ରଟିଏ ବି ହଲୁନଥିଲା ଦଶନ୍ଧି ଦଶନ୍ଧି ଧରି ମାଓବାଦୀ ରାଜ କରି ଆସୁଥିଲେ ସେଠାକାର ଜନସାଧାରଣ ସ୍ୱାଧୀନତା ର ବାଷ୍ଣା ସେମାନଙ୍କ ପାଇଁ ସପ୍ନ ଥିଲା ଏମିତିକି ବର୍ଷର ଦୁଇଟି ଜାତୀୟ ଦିବସରେ ତ୍ରିରଙ୍ଗା ପତାକା ଉଡେଇବା ଦୂରର କଥା ଦେଖିବା ମଧ୍ୟ ତାଙ୍କ ପାଇଁ ସାତ ସପ୍ନ ଥିଲା ଆଜି ସରକାର ଙ୍କ ସହାୟତା ରେ ପ୍ରଶାସନ, ଓଡିଶା ପୁଲିସ, ବିଏସଏଫ ଯବାନ, ଡିଭିଏଫ ଓ ଏସଓଜି ଯବାନ ମାନଙ୍କ ଅକ୍ଲାନ୍ତ ଉଦ୍ୟମ ରେ ଆଜି ସ୍ୱାଭିମାନ ଅଞ୍ଚଳ ମାଓବାଦୀ ମୁକ୍ତ ହୋଇ ପାରିଛି l ଆଜିର ସ୍ୱାଧୀନତାର ୭୪ ବର୍ଷ ପୂର୍ତ୍ତି ୭୫ ବର୍ଷ ଆଜାଦିକା ଅମୃତ ମହୋତ୍ସବ ଅବସରରେ ସ୍ୱାଭିମାନ ଅଞ୍ଚଳରେ ଥିବା ଦୁଇଟି ଥାନା ପାପରମେଟେଲା ଓ ଯୋଡ଼ାମ୍ବ ଥାନା ଏବଂ ବିଏସଏଫ କ୍ୟାମ୍ପ ଯଥା ବଡପଦର, ଜାନବାଇ,ବଡ଼ଡ଼ା, ଯନ୍ତାପାଇ, ହନ୍ତାଳଗୁଡ଼ା, ଯୋଡ଼ାମ୍ବ, ଗୋରାସେତୁ, ଘନବେଢା ଓ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ର ଯବାନ ମାନଙ୍କ ମିଳିତ ଉଦ୍ୟମରେ ଆଜି ସ୍ୱାଭିମାନ ଅଞ୍ଚଳରେ ଗାଁ ଗାଁରେ ଉଡୁଛି ତ୍ରିରଙ୍ଗା ପତାକା ଏମିତିକି ମାଓବାଦୀ କରିଥିବା ସହିଦ ସ୍ତମ୍ଭ ମାନଙ୍କରେ ଜନସାଧାରଣ ଉଡାଇ ଛନ୍ତି ତ୍ରିରଙ୍ଗା ପତାକା l

ଆଜି ସ୍ୱାଭିମାନ ଅଞ୍ଚଳ ମାଓବାଦୀ ନାଲି ଆଖିରେ ନୁହେଁ ଶ୍ରୋତ ପବୃତ୍ତ ରେ ସରକାର ଜିଲା ପ୍ରଶାସନ ତଥା ଓଡିଶା ପୁଲିସ ର ବିଶ୍ୱାସ ଭାଜନ ହୋଇ ଆଜି ଆନନ୍ଦର ସହ ଉଡାଉଛନ୍ତି ତ୍ରିରଙ୍ଗା l ଗାଁ ଗାଁ ରେ ରୋଡ଼ ସୋ, ଉପାନ୍ତ ବିଛିର୍ନ ନଦୀ ଭିତରେ ବୋଟ ଭିତରେ ରାଜ ରାସ୍ତାରେ ଆଜି ଭାରତ ମାତାକି ଜୟ ର ଧୂନି ରେ ପ୍ରକମ୍ପିତ ହୋଇ ଉଠିଛି ସ୍ୱାଭିମାନ ଅଞ୍ଚଳ l ଅନନ୍ୟ ଅଭିନବ ପ୍ରୟାସ ଜରିଆରେ ତଥା କଥିତ ମାଓ ପ୍ରବଣ ଅଞ୍ଚଳ ଆଜାଦୀର ଅମୃତ ମହୋତ୍ସବରେ ଉତ୍ସବ ମୁଖରିତ । ଜାତୀୟ ଦିବସ ଗୁଡ଼ିକରେ ଦିନେ ବଣ ଜଙ୍ଗଲର ପଶୁ ପକ୍ଷୀଙ୍କ କଳରବ ମଧ୍ୟ ଯେଉଁଠି ଦୁଷାଧ୍ୟ ହୋଇଯାଇଥିଲା ଆଜି କେବଳ ପଶୁ ପକ୍ଷୀ କାହିଁକି ପ୍ରତ୍ୟେକ ସାଧାରଣ ନାଗରିକ ମୁହଁରେ ଆଜି ଫୁଟି ଉଠିଛି ହସ । ସମସ୍ତଙ୍କ ହାତରେ ଆଜି ତ୍ରିରଙ୍ଗା ଫରଫର ହୋଇ ଲହରୀ ଖେଳୁଛି । ଦିନେ ବିକାଶର ପରିଭାଷା ହୃଦୟଙ୍ଗମ ତ ଦୂରର କଥା ପରିକଳ୍ପନା କରିବାରେ ଅସମର୍ଥ ଆଦିମ ଅଧିବାସୀ ଆଜି ସରକାର ତଥା ପ୍ରଶାସନ ଜରିଆରେ ଯେଉଁ ଭଳି ଭାବେ ବିକାଶର ନବ ଦିଗନ୍ତରେ ଉପନୀତ ସେହି ପରିଭାଷା ହିଁ ଆଜି ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ସହାୟତା କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦ୍ଵିଶତାଧିକ ବର୍ଷ ବ୍ରିଟିଶ ଉପନିବେଶ ଏବଂ ପ୍ରାୟ ସାତ ଦଶନ୍ଧି ମାଓବାଦଙ୍କ ଶାସନରେ ଅତିଷ୍ଠ ହୋଇ ସ୍ୱାଧୀନତାର ୭୪ ବର୍ଷ ପୁରି ଯାଇଥିବା ସତ୍ତ୍ଵେ ଲାଲ୍ ଝଣ୍ଡାର ଦିଗବଳୟରୁ ବାହାରିବା ନିମନ୍ତେ ଯେଉଁ ଧୈର୍ଯ୍ୟ ସାହସ ଆଜି ମୁଖ୍ୟ ଧାରାରେ ପହଞ୍ଚିବା ଦିଗରେ ସହାୟ ହୋଇଛି ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ଦିନରେ ନିଶ୍ଚିତ ରୂପେ ସ୍ୱାଭିମାନ ଅଞ୍ଚଳରେ ଏକ ବିରାଟ ପରିବର୍ତ୍ତନରେ ସହାୟ ହୋଇ ପାରିବ । ଭାରତ ସ୍ଵାଧିନତା ର ୭୫ ତମ ଜୟନ୍ତୀ (ଆଜାଦି କା ଅମୃତ ମହୋତ୍ସବ) ର ଗୈାରବ ମୟ ଘଟଣାକୁ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । ଦିନେ ଯେଉଁ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ ଦମନ ଲୀଳା ଚଳାଇ ଲୋକଙ୍କୁ ଭୟଭୀତ କରିବା ସହ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆତ°କିତ କରାଉଥିଲେ, ଆଜି ସେହି ଅଞ୍ଚଳରେ ଶ୍ରୋତପବୃତ୍ତ ଭାବରେ ବିଦ୍ୟାଳୟ, କାର୍ଯ୍ୟାଳୟ ତଥା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାର ଦେଖିବାକୁ ମିଳିଛି । ସ୍ୱାଭିମାନ ଅଞ୍ଚଳ ରୁ ମାଓ ମୁକ୍ତ ହେବାପରେ ସ୍ୱାଧୀନତା ର ୭୪ ବର୍ଷ ପରେ ଏଭଳି ପ୍ରଥମ ଥର ପାଇଁ ସ୍ୱାଭିମାନ ଅଞ୍ଚଳ ର ବିଦ୍ୟାଳୟ, କାର୍ଯ୍ୟାଳୟ, ଅନୁଷ୍ଠାନ ତରଫରୁ ଏଭଳି ଏକ କାର୍ଯ୍ୟକ୍ରମ କୁ ଆଗେଇ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ନାହିଁ ନଥିବା ଆନନ୍ଦ ଖେଳିଯାଇଥିଲା ଏବଂ ଏଥିରେ ଛାତ୍ର ଛାତ୍ରୀ,ସାଧାରଣ ଜନତା, ଯୁବ ଗୋଷ୍ଠୀ,ଅବିଭାବକ ଓ ଶିକ୍ଷାପ୍ରେମୀ ମାନେ ବହୁଳ ଭାବରେ ସାମିଲ୍ ହୋଇ କାର୍ଯ୍ୟକ୍ରମ କୁ ଉତ୍ସାହର ସହିତ ଆଗେଇ ନେଇଛନ୍ତି । ଭାରତୀୟ ସ୍ବାଧୀନତା ଦିବସ, ତ୍ରିରଙ୍ଗା ପତାକା ର ମହତ୍ୱ ଓ ବୀର ସହୀଦ ମାନଙ୍କ ବଳିଦାନ ର ତାତ୍ପର୍ଯ୍ୟ ସମ୍ପର୍କରେ ପିଲା ତଥା ଜନସାଧାରଣ ମାନଙ୍କୁ ଅବଗତ କରାଇ ମନେ ପକାଇ ଉତ୍ସବ ମନାଉଛନ୍ତି ।

nis-ad
Leave A Reply

Your email address will not be published.