ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ପାଣି; SRC

ମହାନଦୀରେ ବନ୍ୟା ଆଶଙ୍କା। ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ପାଣି। କାଲି ସନ୍ଧ୍ୟାରେ ମୁଣ୍ଡଳୀଠାରେ ପିକ୍‌ ଫ୍ଲଡ୍‌ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଖଇରମାଳ ଠାରେ ବର୍ତ୍ତମାନ ୯.୫୬ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ହୀରାକୁଦର ଉପରମୁଣ୍ଡରେ ବର୍ଷା ଜାରି ରହିଛି।

ଆସନ୍ତାକାଲି ଅଧିକ ବନ୍ୟା ଜଳ ଜଳ ଭଣ୍ଡାରକୁ ପ୍ରବେଶ କରିବ। ଅଧିକ ବନ୍ୟା ଜଳ ଆସିଲେ ମଧ୍ୟ ଏହାକୁ ୩୪ଟି ଗେଟ୍‌ ମାଧ୍ୟମରେ ନିଷ୍କାସନ କରିବାକୁ ପ୍ରୟାସ କରାଯାଉଥିବା ସୂଚନା ଦେଇଛନ୍ତି SRC। ଅଧିକ ଗେଟ୍‌ ନଖୋଲିବାକୁ ଗୁରୁତ୍ୱ ଦିଆଯାଉଛି। ହୀରାକୁଦରୁ ନିଷ୍କାସିତ ଜଳ ସୋନପୁର ମଧ୍ୟରେ ଜିରାର, ରାଞ୍ଜୋର ଏବଂ ଅଙ୍ଗନଦୀ ଦେଇ ପ୍ରବାହିତ ହେଉଛି। ୨୦୧୯ ଅଗଷ୍ଟ ୧୫ ତାରିଖରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା।

ପ୍ରବଳ ବର୍ଷା ସତ୍ତ୍ୱେ ବ୍ରାହ୍ମଣୀ ନଦୀରେ ବନ୍ୟା ସମ୍ଭାବନା ନାହିଁ। ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ୱାରା ଲୁଣା, ଚିତ୍ରୋତ୍ପଳା ଏବଂ କେରାଣ୍ଡିଆ ନଦୀ ଅଞ୍ଚଳ, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲାର ଦୟା ଓ ଭାର୍ଗବୀ ଅଞ୍ଚଳ ଏବଂ ଖୋର୍ଦ୍ଧା ଜିଲ୍ଲାର ରାଜୁଆ ଓ ମଲାଗୁଣି ନଦୀ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି। କୌଣସି ସ୍ଥିତିର ମୁକାବିଲା ପାଇଁ ୭ଟି ଓଡ଼୍ରାଫ୍‌, ୩ NDRF ଏବଂ ୧୦ଟି ଫାୟାର ସର୍ଭିସ୍‌ ଟିମ୍‌ ମୁତୟନ କରାଯାଇଛି। ଆବଶ୍ୟକ ପଡିଲେ ଅଧିକ ଟିମ୍‌ ମୁତୟନ କରିବାକୁ କହିଛନ୍ତି ଏସ୍‌ଆରସି।

nis-ad
Leave A Reply

Your email address will not be published.